ଆସନ୍ତାକାଲି ବାରବାଟୀ ବ୍ୟାଟଲ

ବାରବାଟୀରେ ଭାରତୀୟ ଖେଳାଳିଙ୍କ ପ୍ରାକ୍ଟିସ୍‌

ଆସନ୍ତାକାଲି ବାରବାଟୀ ବ୍ୟାଟଲ । ତା’ପୂର୍ବରୁ ଆଜି ବାରବାଟୀରେ ଭାରତୀୟ ଖେଳାଳିମାନେ ପ୍ରାକ୍ଟିସ୍‌ କରିଛନ୍ତି।  ଟିମ ଇଣ୍ଡିଆର ନେଟ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି । ପ୍ରାକ୍ଟିସ୍‌ ପୂର୍ବରୁ ବିରାଟ୍‌ କୋହଲି ଓ ଅନ୍ୟ ଖେଳିମାନେ ୱାର୍ଣ୍ଣମ୍‌ଅପ୍‌ କରିଥିଲେ। ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ନେଇ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକଙ୍କ ପ୍ରେସମିଟ୍ । ବିରାଟଙ୍କୁ ନେଇ ବଡ଼ ସୂଚନା ଦେଲେ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ।

କହିଲେ ବିରାଟ କୋହଲି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆସନ୍ତାକାଲି ବାରବାଟୀରେ ଖେଳିପାରନ୍ତି କୋହଲି । ଅନ୍ୟପକ୍ଷେ ସାମ୍ମି ମଧ୍ୟ ସଂପୂର୍ଣ୍ଣ ଫିଟ୍ ଅଛନ୍ତି । ଅର୍ଶଦୀପଙ୍କୁ ସୁଯୋଗ ମିଳିବ କି ନାହିଁ କୋଚ୍, କ୍ୟାପଟେନ୍ ନିଷ୍ପତ୍ତି ନେବେ । ହାଇସ୍କୋରିଂ ମ୍ୟାଚ୍ ହେବ ବୋଲି ଆଶା କରୁଛୁ ବୋଲି କହିଛନ୍ତି ।