ସମୁଦ୍ର ମଝିରେ MIGMର ସଫଳ ପରୀକ୍ଷଣ

ସମୁଦ୍ର ମଝିରେ MIGMର ସଫଳ ପରୀକ୍ଷଣ

ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ପୁଣି ଥରେ ବିଶ୍ୱକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ମଲ୍ଟି-ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ (MIGM)ର ସଫଳତାର ସହ ଯୁଦ୍ଧ ପରୀକ୍ଷଣ (କମ୍‌ ବିସ୍ଫୋରକ ସହିତ) କରିଛନ୍ତି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ନୌସେନା ସ୍ବଦେଶୀ ଭାବରେ ଡିଜାଇନ ଏବଂ ବିକଶିତ ମଲ୍ଟି-ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ(MIGM)ର ଯୁଦ୍ଧ ଗୁଳିଚାଳନା(କମ ବିସ୍ଫୋରକ ସହିତ) ସଫଳତାର ସହ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, “ଏହି ପ୍ରଣାଳୀ ହେଉଛି ଏକ ଉନ୍ନତ ଜଳମଗ୍ନ ନୌସେନା ଖଣି ଯାହାକୁ ବିଶାଖାପାଟଣାର ନୌସେନା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗଶାଳା ଦ୍ୱାରା ଅନ୍ୟ DRDO ପ୍ରୟୋଗଶାଳା – ଉଚ୍ଚ ଶକ୍ତି ସାମଗ୍ରୀ ଗବେଷଣା ପ୍ରୟୋଗଶାଳା, ପୁନେ ଏବଂ ଟର୍ମିନାଲ ବାଲିଷ୍ଟିକ୍ସ ଗବେଷଣା ପ୍ରୟୋଗଶାଳା, ଚଣ୍ଡିଗଡ଼ର ସହଯୋଗରେ ବିକଶିତ କରାଯାଇଛି।” DRDO ଏବଂ ଭାରତୀୟ ନୌସେନା ଦ୍ୱାରା ବିକଶିତ MIGM ଆତ୍ମର୍ନିଭରଶୀଳ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ।