କରାଚୀ ବନ୍ଦରକୁ ଧ୍ୱଂସ କଲା ଭାରତୀୟ ନୌସେନା
‘ଅପରେସନ୍ ସିନ୍ଦୂର’ ଅଧିନରେ ଭାରତ ଗୁରୁବାର ରାତିରେ ସମୁଦ୍ରରୁ ବଡ଼ଧରଣର ଆକ୍ରମଣ କରିଛି, ଯେଉଁଥିରେ କରାଚୀ ସହର ସର୍ବାଧିକ ପ୍ରଭାବିତ ହୋଇଛି। ଭାରତୀୟ ନୌସେନା ପାକିସ୍ତାନର କରାଚୀ ବନ୍ଦରକୁ ମିସାଇଲ ଓ ଡ୍ରୋନ୍ ମାଡ଼ କରି ଧ୍ୱଂସ କରିଦେଇଛି। ଭାରତୀୟ ନୌସେନା କରାଚୀ ବନ୍ଦର ଉପରେ ଏକ ସିରିଜ କ୍ଷେପଣାସ୍ତ୍ର ମାଡ଼ କରିଛି। କୁହାଯାଉଛି ଯେ ଏହି ଆକ୍ରମଣରେ କରାଚୀ ବନ୍ଦର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଭାରତୀୟ ନୌସେନା ଆରବ ସାଗରରେ ଆଇଏନ୍ଏସ୍ ବିକ୍ରାନ୍ତକୁ ମୁତୟନ କରିସାରିଛି।
ନୌସେନାର ଷ୍ଟ୍ରାଇକ୍ ଜାହାଜକୁ କାରୱାର ଉପକୂଳ ନିକଟରେ ମୁତୟନ କରାଯାଇଥିଲା। ଏହାର ଷ୍ଟ୍ରାଇକ୍ ଗ୍ରୁପରେ ଏକ ବିମାନ ବାହକ, ବିଧ୍ୱଂସକାରୀ, ଫ୍ରିଗେଟ୍, ଆଣ୍ଟି-ସବମେରିନ୍ ଯୁଦ୍ଧଜାହାଜ ଏବଂ ଅନ୍ୟାନ୍ୟ ସହାୟକ ଜାହାଜ ଅନ୍ତର୍ଭୁକ୍ତ। ଉଦାହରଣ ସ୍ୱରୂପ, ଭାରତର ତିନି ସେନା ମିଳିତ ଭାବରେ ପ୍ରଥମେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଛନ୍ତି। ପାକିସ୍ତାନର ସିଆଲକୋଟ୍, ଲାହୋର ଓ ରାଜଧାନୀ ଇସ୍ଲାମାବାଦ ଉପରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପ୍ରଚଣ୍ଡ ବୋମାବର୍ଷଣ କରାଯାଉଛି। ଏହି ଆକ୍ରମଣରେ ଡ୍ରୋନର ବ୍ୟବହାର ମଧ୍ୟ କରାଯାଉଛି । ଭାରତ ପୂର୍ବରୁ ହିଁ ଲାହୋରର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିସାରିଛି। ଏହାଛଡ଼ା କିଛି ସମୟ ପୂର୍ବରୁ ଭାରତ ଲାହୋରର ଆଉ ଏକ ଆଓ୍ବାକସ୍ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଛି।
