‘ଆଇଏନ୍‌ଏସ୍‌ ସୁରଟ’ ଯୁଦ୍ଧପୋତରୁ କ୍ଷେପଣାସ୍ତ୍ର ପରୀକ୍ଷଣ

ଯୁଦ୍ଧାଭ୍ୟାସ ଆରମ୍ଭ କଲା ବାୟୁସେନାର ରାଫେଲ୍ ଓ ସୁଖୋଇ ୩୦

ଯୁଦ୍ଧାଭ୍ୟାସ ଆରମ୍ଭ କଲା ବାୟୁସେନାର ରାଫେଲ୍ ଓ ସୁଖୋଇ ୩୦। ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’ ଆରମ୍ଭ । ଭାରତ-ପାକିସ୍ତାନ ଉତ୍ତେଜନା ଦୃଷ୍ଟିରୁ ବାୟୁସେନାର ଅଭ୍ୟାସ । ଅମ୍ବାଲା ଓ ହସିମରା ଏୟାରବେସ୍‌ରୁ ଯୁଦ୍ଧାଭ୍ୟାସ ।ପୂର୍ବ ଭାଗରେ ଥିବା ଏୟାରବେସ୍‌ରୁ ବାୟୁସେନାକୁ ସ୍ଥାନାନ୍ତର ପ୍ରକ୍ରିୟା ।ସ୍ଥଳଭାଗରେ ଆକ୍ରମଣ ପାଇଁ ହୋଇପାରେ ଫାଇଟର୍‌ ଜେଟ୍‌ ବ୍ୟବହାର । ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ପହଞ୍ଚିବାକୁ ସମରାଭ୍ୟାସ ।

ପାକିସ୍ତାନ କ୍ଷେପଣାସ୍ତ୍ର ପରୀକ୍ଷଣ କାର୍ଯ୍ୟକ୍ରମ ପାଇଁ ଘୋଷଣା କରିଥିବା ବେଳେ  ଭାରତକୁ ମଧ୍ୟ  ବଡ଼ ସଫଳତା ମିଳିଛି। ଭାରତୀୟ ନୌସେନାର ସ୍ୱଦେଶୀ ଗାଇଡେଡ୍ ଡେଷ୍ଟ୍ରୟର ଆଇଏନ୍‌ଏସ୍‌ ସୁରଟ୍‌ରୁ ଏକ ମଧ୍ୟମ ରେଂଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପାକିସ୍ତାନ କରାଚି ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଥିବା ବେଳେ ଭାରତୀୟ ନୌସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭାରତୀୟ ନୌସେନା ଆଇଏନ୍‌ଏସ୍‌ ସୁରଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାରତୀୟ ନୌସେନାର ଅତ୍ୟାଧୁନିକ ସ୍ୱଦେଶୀ ଗାଇଡେଡ୍ ମିସାଇଲ ଡେଷ୍ଟ୍ରୟର ସମୁଦ୍ରରେ ଥିବା ଟାର୍ଗେଟକୁ ସଫଳତାର ସହ ଧ୍ବଂସ କରିଛି, ଯାହା କି ଆମର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବାରେ ଆଉ ଏକ ମାଇଲଖୁଣ୍ଟ।

ସ୍ୱଦେଶୀ ଯୁଦ୍ଧ ଜାହାଜ ଡିଜାଇନ୍, ବିକାଶ ଏବଂ ଅପରେସନ୍ କ୍ଷେତ୍ରରେ ଭାରତୀୟ ନୌସେନାର ବଢ଼ୁଥିବା ସାମର୍ଥ୍ୟକୁ ଏହି ସଫଳତା ପ୍ରତିଫଳିତ କରିବା ସହ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପ୍ରତି ଦେଶର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ମାଇଲଖୁଣ୍ଟ ଦେଶର ସାମୁଦ୍ରିକ ସ୍ୱାର୍ଥରକ୍ଷା ପାଇଁ ଭାରତୀୟ ନୌସେନାର ଅତୁଟ ପ୍ରତିବଦ୍ଧତା ଏବଂ ଆତ୍ମନିର୍ଭର ଭାରତ ପ୍ରତି ସମର୍ପଣର ପ୍ରମାଣ ବୋଲି ଭାରତୀୟ ନୌସେନା କହିଛି। ସୂଚନାଯୋଗ୍ୟ, କରାଚୀ ଉପକୂଳରେ ଆଜି ସୁଦ୍ଧା ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ପାକିସ୍ତାନ ବିଜ୍ଞପ୍ତି ଜାରି କରିଛି।  ଭାରତୀୟ ଏଜେନ୍ସିଗୁଡ଼ିକ ପାକିସ୍ତାନର ସମସ୍ତ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।