୨୫ ବର୍ଷର ବଦଲା ନେଲା ଟିମ୍ ଇଣ୍ଡିଆ

ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତ

ଭାରତ ଜିତିଲା ଚାମ୍ପିୟନ୍ସ ଟ୍ରଫି। ୪ ଓ୍ୱିକେଟରେ ମ୍ୟାଚ ଜିତିଲା ଟିମ୍ ଇଣ୍ଡିଆ। ଭାରତ-ନ୍ୟୁଜିଲାଣ୍ଡ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବାଜି ମାରି ନେଇଛି ଭାରତ । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ମାତ ଦେଇ ଭାରତ ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫିକୁ ନିଜ ନାଁରେ କରିଛି । ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା ।

ଫାଇନାଲ ମ୍ୟାଚରେ ଭାରତକୁ ବିଜୟୀ ଦେବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ଆଜିର ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନିଂ ଯୋଡି ଭଲ ଆରମ୍ଭ କରିଥିଲେ ବି ବଡ ସ୍କୋର କରିପାରିନଥିଲେ । ୫୭ ରନରେ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଥମ ଶିକାର ହୋଇଥିଲେ ଓ୍ୱିଲ ୟଙ୍ଗ ।

ଏହାପରେ କିଓ୍ୱି ଦଳର ବଡ ପାର୍ଟନରସିପ ଦେଖିବାକୁ ମିଳିନଥିଲା । ଡାରିଏଲ ମିଚେଲ ୬୩, ମାଇକେଲ ବ୍ରାସଓ୍ୱେଲ ୫୩, ରଚିନ ରବିନ୍ଦ୍ର ୩୭ ଓ ଗ୍ଲେନ ଫିଲିପ୍ସ ୩୪ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୭ ଓ୍ୱିକେଟ ହରାଇ ୨୫୧ ରନ କରିବାରେ ସଫଳ ହୋଇଥିଲା ।

୨୫୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦନାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ଭଲ ପାର୍ଟନରସିପ କରିଥିଲା । ରୋହିତ ଶର୍ମା, ଗିଲଙ୍କ ଯୋଡି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଏହି ମ୍ୟାଚରେ ରୋହିତ ଶର୍ମା ୭୬, ଶ୍ରେୟାସ ଆୟର ୪୮, କେଏଲ ରାହୁଲ ୩୪ ଓ ଶୁଭମନ ଗିଲ ୩୧ ରନ କରିଥିଲେ । ଫଳରେ ଭାରତ ଏହି ମ୍ୟାଚକୁ ଗୋଟିଏ ଓଭର ବାକି ଥାଇ ୪ ଓ୍ବିକେଟରେ ଜିତିନେଇ । ଚାମ୍ପିୟନ୍ସ ଟ୍ରଫି ନିଜ ନାଁରେ କରିଛି ।

Leave a Reply

Your email address will not be published. Required fields are marked *