ନ୍ୟୁଜିଲାଣ୍ଡକୁ ୪୪ ରନ୍ରେ ପରାସ୍ତ କରିଛି ଭାରତ
ଚାମ୍ପିୟନ୍ସ ଟ୍ରଫିରେ ଭାରତର ଦମ୍ଦାର ବିଜୟ। ନ୍ୟୁଜିଲାଣ୍ଡକୁ ୪୪ ରନ୍ରେ ପରାସ୍ତ କରିଛି ଭାରତ। ଆଗାମୀ ୪ ତାରିଖରେ ଦୁବାଇରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଆଜିର ବିଜୟରେ ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସିଏ ଅଧା ନ୍ୟୁଜିଲାଣ୍ଡ ଟିମ୍କୁ ପ୍ୟାଭିଲିୟନ୍ ପଠାଇଛନ୍ତି। ଏଥିସହ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ୨୪୯ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ୨୫୦ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ନ୍ୟୁଜିଲାଣ୍ଡ ଟିମ୍। ଓପ୍ନିଂ କରିବାକୁ ଆସିଥିଲେ ରଚିନ୍ ରବୀନ୍ଦ୍ର ଓ ୱିଲ୍ ୟଙ୍ଗ। ୨୦୫ ରନ୍ରେ ନ୍ୟୁଜିଲାଣ୍ଡ ଅଲ୍ଆଉଟ୍ ହୋଇଯାଇଛି। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ଟି ୱିକେଟ୍ ନେଇଥିବା ବେଳେ କୁଲ୍ଦୀପ ୨ଟି, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ହାର୍ଦ୍ଦିକ୍ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
