ମାତ୍ର ୧୫୬ ରନରେ ଭାରତ ଅଲ୍ ଆଉଟ୍

ଘରୋଇ ମାଟିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟ ମୁକାବିଲାରେ ବି ସ୍ଥିତିରେ ସୁଧାର ଆସିପାରୁନି । ଦଳ ତା’ର ପ୍ରଥମ ଇନିଂସରେ ମାତ୍ର ୧୫୬ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି। ବର୍ତ୍ତମାନ ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଛି । ନ୍ୟୁଜିଲ୍ୟାଣ୍ଡର ସ୍କୋର ୧୦୦ ରନ୍ ପାଖାପାଖି ରହିଛି ଏବଂ ଏହାର ୩ ଉଇକେଟ ହରାଇ ସାରିଛି। ଭାରତୀୟ ଦଳର ପ୍ରଥମ ଇନିଂସ ୧୫୬ ସ୍କୋରରେ ସୀମିତ ହୋଇଯାଇଛି। ମିଚେଲ ସାଣ୍ଟନର୍ କେବଳ ୭ ଉଇକେଟ ନେଇଛନ୍ତି। ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ୍ ଲାଥାମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ଏହାର ପ୍ରଥମ ଇନିଂସରେ ୨୫୯ ରନ୍ ସଂଗ୍ରହ କରିଥିଲା। ୱାଶିଂଟନ୍ ସୁନ୍ଦର ଭାରତ ପାଇଁ ସାତୋଟି ଉଇକେଟ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ଦଳ ଏହି ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ୍ ୧୬ ଅକ୍ଟୋବରରୁ ବେଙ୍ଗାଲୁରୁରେ ଖେଳାଯାଇଥିଲା ଯେଉଁଥିରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଭାରତୀୟ ଦଳ ୮ ଉଇକେଟରେ ପରାଜିତ ହୋଇଥିଲା। ପ୍ରଥମ ଟେଷ୍ଟ ଜିତି କିୱି ଦଳ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ପ୍ରଥମ ଦିନ ଭାରତୀୟ ଯୁବ ସ୍ପିନର ୱାଶିଂଟନ ସୁନ୍ଦର ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂର ସାମ୍ନା କରିନପାରି ୨୫୯ ରନରେ ସମସ୍ତ ୱିକେଟ ହରାଇଥିଲା ଭ୍ରମଣକାରୀ ଦଳ। ଏହାପରେ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଦିନରେ ୧୧ ଓଭର ଖେଳି ଭାରତ ୧୬ ରନ୍ କରି ଗୋଟିଏ ୱିକେଟ ହରାଇଥିଲା।

Leave a Reply

Your email address will not be published. Required fields are marked *