ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆ ଷ୍ଟିଲ୍ ଆସୋସିଏସନର ପ୍ରତିନିଧି ଦଳ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆ ଷ୍ଟିଲ୍ ଆସୋସିଏସନର ପ୍ରତିନିଧି ଦଳ

ଲୋକସଭା ସାଂସଦ ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଇସ୍ପାତ ସଂଘର ଏକ ପ୍ରତିନିଧି ଦଳସାକ୍ଷାତ କରିଛନ୍ତି । ଇସ୍ପାତ ନିର୍ମାତାମାନଙ୍କୁ ନେଇ ଗଠିତ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ସରକାରଙ୍କ ଅଧୀନରେ ଓଡ଼ିଶାର ଇସ୍ପାତ ଶିଳ୍ପର ଭବିଷ୍ୟତ ଉନ୍ନତ ହେବ ବୋଲି ଆଶା ପ୍ରକଟ କରିଥିଲେ । ଭାରତୀୟ ଇସ୍ପାତ ଶିଳ୍ପରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଶ୍ରୀ ଜିନ୍ଦଲ ଆଲୋଚନା କରିବା ସହିତ ଇସ୍ପାତ ଶିଳ୍ପରେ ସବୁଜ ଶକ୍ତି ଏବଂ ସଷ୍ଟେନେବିଲିଟି ଅଭ୍ୟାସର ବ୍ୟବହାର ଉପରେ ସେ ଆଲୋକପାତ କରିଥିଲେ । ରାଜ୍ୟର ଅର୍ଥନୈତିକ ବିକାଶରେ ଉନ୍ନତି ଆଣିବା ପାଇଁ ଇସ୍ପାତ ଶିଳ୍ପର ଅଧିକ ସମ୍ପ୍ରସାରଣ ପାଇଁ ସମ୍ଭାବ୍ୟ ସୁଯୋଗ ସମ୍ପର୍କରେ ମଧ୍ୟ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ରାଜ୍ୟରେ ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଭିତ୍ତିଭୂମି ଅଭିବୃଦ୍ଧି ଏବଂ ସ୍ଲରି ପାଇପଲାଇନ ଭଳି ସଷ୍ଟେନେବିଲିଟି ପ୍ରକଳ୍ପର ଆବଶ୍ୟକତା ଉପରେ ଏହି ପ୍ରତିନିଧି ଦଳ ଗୁରୁତ୍ୱାରୋପ କରିଥିଲେ ।