ଚାମ୍ପିଅନ ଟ୍ରଫି ୧୫ ଜଣିଆ ତାଲିକା ଘୋଷଣା କଲା ବିସିସିଆଇ
ଚମ୍ପିଅନ ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ଦଳ । ୧୫ ଜଣିଆ ତାଲିକା ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ, ଶୁଭମନ ଗିଲଙ୍କୁ ଉପଅଧିନାୟକ ଦାୟିତ୍ୱ । ଦଳରେ ବିରାଟ କୋହଲି, ଶ୍ରେୟସ ଆୟର, ଯଶସ୍ୱୀ ଜୟୱାଲ, ଋଷଭ ପନ୍ଥ, କେଏଲ ରାହୁଲ ସାମିଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସାମିଲ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ ଓ ରବୀନ୍ଦ୍ର ଜାଡେଜା ସାମିଲ ହୋଇଛନ୍ତି ।

୧୫ମାସ ପରେ ଦଳକୁ ଫେରିଲେ ଷ୍ଟାର ବୋଲର ମହମ୍ମଦ ସାମି । ପ୍ରଥମ ଥର ଉପଅଧିନାୟକ ହେଲେ ଶୁଭମନ ଗିଲ୍ । ଦିନିକିଆରେ ଏଣ୍ଟ୍ରି ମାରିଲେ ଜୟସ୍ୱାଲ । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେଉଛି ଚାମ୍ପିୟନ ଟ୍ରଫି । ୨୦ରୁ ଅଭିଯାନ ଆରମ୍ଭ କରିବ ଭାରତ । ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ୨୩ରେ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ ।
