ବାରବାଟୀରେ ଖେଳାଯିବ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦
ଟିମ୍ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସ୍ଥାନ ସଂଶୋଧନ କଲା ବିସିସିଆଇ। ବାରବାଟୀରେ ହେବ ପ୍ରଥମ ଟି-୨୦ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୫ ପାଇଁ ଅନ୍ତର୍ଜାତୀୟ ଘରୋଇ ସିଜିନ୍ ଏବଂ ଦକ୍ଷିଣ ଆଫ୍ରିକା ‘ଏ’ର ଭାରତ ଗସ୍ତ ପାଇଁ ସଦ୍ୟତମ କାର୍ଯ୍ୟସୂଚୀ ଘୋଷଣା କରିଛି ଏବଂ ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ଅନୁସାରେ, ଭାରତ ଗସ୍ତ ସମୟରେ, ଦକ୍ଷିଣ ଆଫ୍ରିକା ୫ଟି ଟି-୨୦ ମ୍ୟାଚ୍ ଖେଳିବ, ଯାହା ମଧ୍ୟରୁ ପ୍ରଥମ ଟି-୨୦ ମ୍ୟାଚ୍ ଓଡ଼ିଶାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହା ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ୟ ଚାରୋଟି ଟି-୨୦ ମ୍ୟାଚ୍ ସ୍ଥାନ:
ଡିସେମ୍ବର ୧୧ ରେ ନ୍ୟୁ ଚଣ୍ଡିଗଡ଼ରେ ଦ୍ୱିତୀୟ ଟି-୨୦
ଡିସେମ୍ବର ୧୪ ଧର୍ମଶାଳାରେ ତୃତୀୟ ଟି-୨୦
ଡିସେମ୍ବର ୧୭ ରେ ଲକ୍ଷ୍ନୌରେ ଚତୁର୍ଥ ଟି-୨୦
ଡିସେମ୍ବର ୧୯ ରେ ଅହମ୍ମଦାବାଦରେ ୫ମ ଟି-୨୦
ସେହିପରି ଦୁଇ ଦେଶ ମଧ୍ୟରେ ତିନୋଟି ଏକଦିବସୀୟ ମ୍ୟାଚ୍ ଖେଳାଯିବ। ନଭେମ୍ବର ୩୦ରେ ରାଞ୍ଚିରେ ପ୍ରଥମ ଏକଦିବସୀୟ , ଡିସେମ୍ବର ୩ରେ ରାୟପୁରରେ ଦ୍ୱିତୀୟ ଏକଦିବସୀୟ, ଡିସେମ୍ବର ୬ରେ ଭାଇଜାଗରେ ତୃତୀୟ ଏକଦିବସୀୟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।
