ଏଲଓସିରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏଲଓସିରେ ଚାଲିଛି ଫାୟାରିଂ। । ଏଲଓସିରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । ଏଲଓସିରେ ରାତିତମାମ ଗୁଳି ମାଡ଼ କରୁଛି ପାକିସ୍ତାନ। ଯାହାର ମୁହଁତୋଡ ଜବାବ ଦେଉଛି ଭାରତୀୟ ସେନା। ପାକ ଆର୍ମି ପୋଷ୍ଟରୁ ଗୁଳିମାଡ଼ ହେଉଥିବା ସୂଚନା ମିଳିଛି। ତୁତମାରି ଗଲି ଓ ରାମପୁର ସେକ୍ଟରରେ ଗୁଳିମାଡ଼ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ପହଲଗାମ୍ ନରସଂହାର ପରଠୁ ଅଶାନ୍ତ ହୋଇଛି ଏଲଓସି। ଦିନରାତି ନିୟନ୍ତ୍ରଣ ରେଖାରେ ଚାଲିଛି ଉଭୟ ପଟୁ ଗୁଳିବର୍ଷା। ଜମ୍ମୁର ସୁଚେତଗଡ଼ଠାରେ ଥିବା ଭାରତ-ପାକିସ୍ତାନ ସୀମାକୁ ମଧ୍ୟ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସୀମାରେ ବି ଅଧିକ ସଜାଗ ହୋଇପଡ଼ିଛି ଭାରତୀୟ ସେନା।
