ବାଂଲାଦେଶକୁ ୬ ୱେକେଟରେ ହରାଇଲା ଭାରତ
ଦୁବାଇଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ବାଂଲାଦେଶ ସହ ଭାରତ ପ୍ରଥମ ମ୍ୟାଚରେ ୬ ୱିକେଟରେ ବାଂଲାଦେଶକୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ଭାରତ ୨୨୯ ରନର ବିଜୟ ଲକ୍ଷ୍ୟ ନେଇ ମାତ୍ର ୪୬.୩ ଓଭରରେ ୨୩୧ ରନ କରି ବିଜୟୀ ହୋଇଛି । ଶୁଭମନ ଗିଲଙ୍କ ଲଢୁଆ ଶତକ ଥିଲା ମ୍ୟାଚରେ ମୁଖ୍ୟ ଆକର୍ଷଣ । ସେ ୧୨୯ ବଲରେ ୧୦୧ ରନ ସଂଗ୍ରହ କରିଥିଲେ । ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲ ୪୧ ରନ ଲେଖାଏଁ କରିଥିବା ବେଳେ ବିରାଟ କୋହଲି ୨୨ ରନ କରିଥିଲେ । ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ମାତ୍ର ୩୫ରନରେ ୫ଟି ଓ୍ବିକେଟ ହରାଇଥିଲା । ଇଣ୍ଡିଆ ବୋଲିଂରେ ଧରାଶାୟୀ ହୋଇଥିଲେ ବାଂଲାଦେଶୀ ଟିମ୍ । ୫ ୱିକେଟ ନେଇ ମାଇଲ ଷ୍ଟୋନ ଅତିକ୍ରମ କଲେ ମହମ୍ମଦ ସାମି। ODIରେ ଦ୍ରୁତତମ ୨୦୦ ୱିକେଟ ନେବାର ମାଇଲ ଷ୍ଟୋନ ଅତିକ୍ରମ କଲେ ସାମ୍ମି। ସୌମ୍ୟ ସରକାର, ମେହିଦୀ ହାସନ ମିର୍ଜା, ଜାକର ଅଲ୍ଲୀ , ତସକିନ ଅହମଦ ଏବଂ ତନଜିମ ହାସନଙ୍କ ୱିକେଟ ନେଇ ରେକର୍ଡରେ ସାମିଲ ହୋଇଛନ୍ତି।ଅକ୍ଷର ପଟେଲ ୨ୱିକେଟ ନେଇଥିବା ବେଳେ ଓ ହର୍ଷିତ ରାଣାଙ୍କୁ ୩ ୱିକେଟ ମିଳିଛି। ବାଲାଦେଶରର ତୋହିଦ ହ୍ରିଦୟ ୧୧୮ ବଲ ଖେଳି ୧୦୦ ରନ କରିଥିବା ବେଳେ ଜାକେର ଅଲ୍ଲୀ ୧୧୪ ବଲ୍ ଖେଳି ମାତ୍ର ୬୮ ରନ୍ କରିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ ।
