ଭାରତ ଯେକୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତ, ଶତ୍ରୁକୁ ଚେତାବନୀ ଦେଲେ ଜେନେରାଲ ଦ୍ବିବେଦୀ

ଯେକୌଣସି ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ

ଶତ୍ରୁକୁ ଚେତାବନୀ । ଯେକୌଣସି ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ । ଅପରେସନ ସିନ୍ଦୂର ଟ୍ରେଲର ମାତ୍ର । ବାକି ଅଛି ପୁରା ଫିଲ୍ମ । ଯଦି କେହି ଆତଙ୍କୀଙ୍କୁ ପ୍ରୋତ୍ସାହିତ କରେ, କଡ଼ା ଜବାବ ଦେବୁ। ଏମିତିକି ସୁଯୋଗ ମିଳିଲେ, ପଡ଼ୋଶୀକୁ କିପରି କରାଯାଏ ବ୍ୟବହାର ଶିଖାଇ ଦେବୁ । ପଡୋଶୀ ଦେଶକୁ ଜେନେରାଲ ଦ୍ବିବେଦୀଙ୍କ ଚେତାବନୀ ।ଜେନେରାଲ ଦ୍ୱିବେଦୀ କହିଛନ୍ତି, ପାକିସ୍ତାନ ଗୁପ୍ତ ଭାବରେ ଆତଙ୍କବାଦକୁ ଯେତେ ପ୍ରୋତ୍ସାହିତ କରୁନା କାହିଁକି, ଭାରତୀୟ ସେନା ଏହାର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ କଶ୍ମୀରରେ ଆତଙ୍କବାଦ ଯଥେଷ୍ଟ ହ୍ରାସ ପାଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୬୧ପ୍ରତିଶତ ପାକିସ୍ତାନୀ ଥିଲେ । ଶତ୍ରୁ ପାକିସ୍ତାନ ହେଉ କିମ୍ବା ଏହାର ସମର୍ଥିତ ଆତଙ୍କବାଦୀ, ପ୍ରତ୍ୟେକ ବିପଦର ଉପଯୁକ୍ତ ଜବାବ ଦେବାର କ୍ଷମତା ସେନାର ଅଛି ।ଜମ୍ମୁ ଏବଂ କାଶ୍ମୀରର ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି, ଏବଂ ଆଜିର ଯୁବପିଢ଼ି ଭାରତ ସହିତ ଏକ ଭବିଷ୍ୟତ ଦେଖୁଛନ୍ତି ବୋଲି ଦ୍ୱିବେଦୀ କହିଛନ୍ତି । ଅପରେସନ୍ ସିନ୍ଦୂର ବିଷୟରେ ଉଲ୍ଲେଖ କରି ଜେନେରାଲ୍ ଦ୍ୱିବେଦୀ କହିଥିଲେ, “ଏହା କେବଳ ଏକ ଟ୍ରେଲର ଥିଲା । ଆବଶ୍ୟକ ହେଲେ, ପାକିସ୍ତାନକୁ ଶିଖାଯିବ ଯେ, ଏକ ଦାୟିତ୍ୱବାନ ଦେଶ ତା’ର ପଡ଼ୋଶୀ ସହିତ କିପରି ବ୍ୟବହାର କରେ ।” ଭାରତ କୌଣସି ପ୍ରକାରର ପରମାଣୁ ବୋମାକୁ ନେଇ ଭୟ କରିବ ନାହିଁ । ଏହି ଯୁଦ୍ଧ ୪ ମାସ ଚାଲୁ କିମ୍ବା ୪ ବର୍ଷ, ଭାରତୀୟ ସେନା ପ୍ରତ୍ୟେକ କ୍ଷେତ୍ରରେ ପ୍ରସ୍ତୁତ ରହିଛି ।

Leave a Reply

Your email address will not be published. Required fields are marked *