ହଟିବ ଗ୍ୟାସ୍ ସଙ୍କଟ

ଭାରତ ଆସୁଛି ଦୁଇଟି ଏଲପିଜି ବୋଝେଇ ଜାହାଜକୁ

ହଟିବ ଗ୍ୟାସ୍ ସଙ୍କଟ। ଇରାନ୍ ଭାରତର ଦୁଇଟି ଏଲପିଜି ବୋଝେଇ ଜାହାଜକୁ ହର୍ମୁଜ ହରମୁଜ ଜଳପଥ ଦେଇ ଯିବାକୁ ଅନୁମତି ଦେଇଛି। ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତାଲି ଶୁକ୍ରବାର ସଙ୍କେତ ଦେଇଥିଲେ ଯେ, ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ହର୍ମୁଜ ଜଳପଥରୁ ତେଲ ଆଣିବା ପାଇଁ ଭାରତକୁ ଏକ ସୁରକ୍ଷିତ ରାସ୍ତା ଦିଆଯିବ। ଏମିତି ଏହାର କିଛି ଘଣ୍ଟା ପୂର୍ବରୁ ଇରାନ୍ ରାଷ୍ଟ୍ରଦୂତ ଗଣମାଧ୍ୟମକୁ ସୂଚନା ଦେଇ ଭାରତକୁ ବନ୍ଧୁ ବୋଲି କହିଥିଲେ। ଇରାନର ଏହି ପଦକ୍ଷେପ ଯୋଗୁ ବର୍ତ୍ତମାନ ଏଲପିଜି ସଙ୍କଟ ଦେଇ ଗତି କରୁଥିବା ଭାରତକୁ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି। ଦେଶର ବିଭିନ୍ନ ସ୍ଥାନରେ ଏଲପିଜି ସଙ୍କଟକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ସିଲିଣ୍ଡର ପାଇବା ପାଇଁ ଶହ ଶହ ଲୋକ ଏଜେନ୍ସି ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଖାଇବା ଦୋକାନ ବନ୍ଦ ହେବା ସହ କଳାବଜାର ହେଉଥିବା ନେଇ ଖବର ସାମ୍ନାକୁ ଆସୁଛି। ଯଦିଓ କେନ୍ଦ୍ର ସରକାର ଲଗାତାର ଭାବେ କହୁଛନ୍ତି ଯେ ଦେଶରେ ଏଲପିଜି ଅଭାବ ନାହିଁ। ଘରେ ଘରେ ଏଲପିଜି ଯୋଗାଣ ନିରବଚ୍ଛିନ୍ନ କରିବାକୁ ସୁନିଶ୍ଚିତ କରାଯାଇଛି ଏବଂ ସିଲିଣ୍ଡର ପାଇଁ କୌଣସି ପ୍ରକାରର ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି।

Leave a Reply

Your email address will not be published. Required fields are marked *