ପାକିସ୍ତାନରେ ପଶି ତାଣ୍ଡବ କରୁଛି ଭାରତୀୟ ସେନା

ପାକିସ୍ତାନର ଲାହୋରରେ ପଶିଲା ଭାରତୀୟ ସେନା

ପାକିସ୍ତାନ ଭିତରେ ପଶି ତାଣ୍ଡବ କରୁଛି ଭାରତୀୟ ସେନା । ଭାରତୀୟ ସେନା ପାକିସ୍ତାନର କରାଚୀରେ ବୋମାମାଡ କରିଛି, ଫଳରେ ସ୍ଥାନୀୟ ଅନେକ ସହରରେ ନିଆଁ ଲାଗି ଯାଇଛି । ସେହିଭଳି ପୋଖରଣରେ ପାକିସ୍ତାନୀ ଜେଟକୁ ଧ୍ୱଂସ କରିବା ସହ ଲାହୋରରେ ୪ଟି ବଡ଼ ଆକ୍ରମଣ କରିଛି । ଏସବୁ ଭିତରେ ପାକିସ୍ତାନ ପୂରା ଦେଶରେ ବିଜୁଳି ସରବରାହ ବନ୍ଦ କରି ଅନ୍ଧାର କରିଦେଇଛି । ପାକିସ୍ତାନରେ ଧ୍ଵଂସ ଲୀଳା ଦେଖିବାକୁ ମିଳିଛି। ପାକିସ୍ତାନର ୩ ଟି ଫାଇଟର ଜେଟ୍ ମଧ୍ୟ ମାରି ଖସାଇ ଦେଇଛି ଭାରତ।

ଭାରତୀୟ ସେନା ଲାହୋର, ଇସଲାମାବାଦ ଭଳି ପାକିସ୍ତାନର ବଡ ବଡ ସହରରେ ପଶି ସିଧା ସଳଖ ଭାରତୀୟ ସେନା ଆକ୍ରମଣ କରିବାରେ ଲାଗିଛି । ସେପଟେ ଆମେରିକା ପାକିସ୍ତାନକୁ ପରାମର୍ଶ ଦେଇଛି । ଆମେରିକା ବିଦେଶ ମନ୍ତ୍ରୀ ଓ ଭାରତୀୟ ବିଦେଶ ମନ୍ତ୍ରୀ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି । ଏଥିରେ ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି କି, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ପଛକୁ ହଟିବାକୁ ପରାମର୍ଶ ଦେଇଛନ୍ତି ।