ଭାରତ ବିଶ୍ବର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ଦେଶ
ବିଶ୍ବର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ହେଲା ଭାରତ । ଜାପାନକୁ ପଛରେ ପକାଇ ଭାରତ ହେଲା ଚତୁର୍ଥ ଦେଶ । ନିତି ଆୟୋଗ ସିଇଓଙ୍କ ବଡ଼ ସୂଚନା । ନିତି ଆୟୋଗ ସିଇଓ କହିଛନ୍ତି ଆଜି ଆମେ ୪ହଜାର ଅରବ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛୁ । ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାର ଏହି ସ୍ଥାନ ହାସଲ କରିଛି । ଏବେ ଭାରତ ଆଗରେ ଅଛନ୍ତି ମାତ୍ର ୩ ଦେଶ, ଆମେରିକା, ଚୀନ ଓ ଜର୍ମାନୀ । ଗୋଟିଏ ପଟେ ଆମେରିକାର ଟାରିଫ୍ ଯୋଗୁଁ ବିଶ୍ବରେ ହଲଚଲ୍ ସୃଷ୍ଟି ହୋଇଛି । କିନ୍ତୁ ଏହି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମଧ୍ୟ ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ରୋକିପାରିଲା ନାହିଁ । ଖାଲି ଏତିକି ନୁହେଁ ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟ ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ଭାରତ ଦୀର୍ଘ ସମୟ ଧରି ବିଶ୍ୱର ଦ୍ରୁତତ୍ତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇଆସିଛି ଏବଂ ଏବେ ଏହା ଜାପାନକୁ ପଛରେ ପକାଇଛି । ବିଶ୍ବବ୍ୟାଙ୍କରୁ ନେଇ ଆଇଏମଏଫ ପର୍ଯ୍ୟନ୍ତ ସମସ୍ତେ ଭାରତର ଜିଡିପି ଗ୍ରୋଥକୁ ମାନିଛନ୍ତି ।
