ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର

ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍

ପହଲଗାମ୍ ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର । ଭାରତ ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି । ଭାରତ ସରକାର ପାକିସ୍ତାନ ସରକାରର ସୋସିଆଲ ଆକାଉଣ୍ଟକୁ ବ୍ୟାନ୍ କରିଛି । ଗତକାଲି ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବ୍ୟାନ୍ କରିବା ସହ ଭିସାକୁ ମଧ୍ୟ ବନ୍ଦ କରିଥିଲେ। ଆଜି ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ପାକିସ୍ତାନ ସରକାରଙ୍କ X ହ୍ୟାଣ୍ଡେଲର କୌଣସି ପୋଷ୍ଟ ଭାରତରେ ଦେଖିପାରିବେନି । ପାକିସ୍ତାନର ସରକାରୀ ୱେବସାଇଟ୍ ମଧ୍ୟ ଭାରତରେ ବ୍ଲକ୍ କରାଯାଇଛି । ଭାରତରେ https://pakistan.gov.pk/କୁ ଆକ୍ସେସ୍ କରିପାରିବେନି । ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ସୋସିଆଲ ମିଡିଆକୁ ଭାରତରେ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। IT ମନ୍ତ୍ରଣାଳୟ ନେଲା ପାକିସ୍ତାନ ବିରୋଧରେ ପଦକ୍ଷେପ । ଏନେଇ ‘x’ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ IT ମନ୍ତ୍ରଣାଳୟ । ଆଉ ଆଇଟି ମନ୍ତ୍ରଣାଳୟର ଅନୁରୋଧ ମଧ୍ୟ ରଖିଲା ‘x’ । ଭାରତରେ ପାକିସ୍ତାନର ସରକାରୀ ‘x’ ହ୍ୟାଣ୍ଡେଲ୍ ବ୍ଲକ୍ ।