ବ୍ୟାସନଗର ପୌରପରିଷଦ ଦ୍ଵାରା ସ୍ଵାଧୀନତା ଦିବସ ପାଳିତ

ପ୍ୟାରେଡ ଚମ୍ପିୟାନ ହେଲା ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ

ଆଜି ହେଉଛି ସ୍ୱାଧୀନତା ଦିବସ l ସାରା ଦେଶ ଏହି ସ୍ଵାଧୀନତା ଦିବସକୁ ବେସ ଧୂମଧାମରେ ପାଳନ କରିଥିବା ବେଳ ଯାଜପୁର ଜିଲ୍ଲା ବ୍ୟାସନଗରରେ ପାଳିତ ହୋଇଥିବା ମଧ୍ୟ ଦେଖିବାକୁ ମିଲିଉଛି । ରାଜୀବ ଗାନ୍ଧୀ ଷ୍ଟାଡିୟମ ଠାରେ ବ୍ୟାସନଗର ପୌରପରିଷଦ ଦ୍ବାରା ଆୟୋଜିତ ହେଉଥିବା ମିଳିତ ପ୍ଯାରେଡରେ ବିଭିନ୍ନ ସରକାରୀ ବେସରକାରୀ ସ୍କୁଲ,କଲେଜ ର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l

ସମୁଦାୟ ୪୯ ଗୋଟି ପ୍ଲାଟୁନ୍ ମଧ୍ଯରେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ୍ ହୋଇଥିବା ବେଳେ ପୌରପରିଷଦର ଅଧ୍ଯକ୍ଷାଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ପୌରପରିଷଦର ମିଳିତ ପ୍ଯାରେଡକୁ କ୍ଯାପ୍ଟେନ୍ ପୂର୍ଣଚନ୍ଦ୍ର ସ୍ବାଇଁ ପରିଚାଳନା କରିଥିବା ବେଳେ ପୌରପରିଷଦର ଅଧ୍ଯକ୍ଷା ସଙ୍ଗୀତା ପିଙ୍ଗୁଆ ଅଭିବାଦନ ଗ୍ରହଣ କରିଥିଲେ । ଶେଷରେ ଉପାଧ୍ଯକ୍ଷ ସୁବାଷ ଚନ୍ଦ୍ର ବଳ ଧନ୍ଯବାଦ ପ୍ରଦାନ କରିଥିଲେ । ଭାରତ ମାତାର ଜୟଗାନରେ ପ୍ରକମ୍ପିତ ହେଉଥିଲା ପୁରା ଷ୍ଟାଡିୟମ ।