ବାରବାଟୀ ଦିନିକିଆ: ୨ ତାରିଖରୁ ଟିକେଟ ବିକ୍ରି
ଫେବ୍ରୁଆରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍। ଅନଲାଇନ, ଅଫଲାଇନରେ ହେବ ଟିକେଟ ବିକ୍ରି। ୫ ଓ ୬ ତାରିଖରେ କାଉଣ୍ଟରରେ ହେବ ଟିକେଟ ବିକ୍ରି। ୨ ତାରିଖରେ ଅନଲାଇନରେ ବିକ୍ରି ହେବ ୪ହଜାର ଟିକେଟ। ସୂଚନା ଦେଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେହିପରି ଚଳିତ ଥର ଷ୍ଟାଡିୟମରେ ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯିବ ବୋଲି କ୍ରୀଡା ମନ୍ତ୍ରୀ କହିଛନ୍ତି।
