୨ ବର୍ଷରେ ୨୦୭ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଦୁଇ ବର୍ଷରେ ଗଲାଣି ୨୦୭ ଦାଦନ ଶ୍ରମିକଙ୍କ ଜୀବନ

ଦୁଇ ବର୍ଷରେ ଗଲାଣି ୨୦୭ ଦାଦନ ଶ୍ରମିକଙ୍କ ଜୀବନ । ୨୦୨୩-୨୪ ରେ ରାଜ୍ୟ ଏବଂ ଦେଶ ବାହାରେ କାମ କରିବାକୁ ଯାଇ ୨୦୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ସେମାନଙ୍କୁ ଫେରାଇବାକୁ ସରକାର ୩୦ ଲକ୍ଷ ୨୯ ହାଜର ୮୫୪ ଟଙ୍କା ଖର୍ଚ୍ଚ କରିଛନ୍ତି । ସର୍ବାଧିକ ବ୍ରହ୍ମପୁରର ୨୭ ଜଣ, ବଲାଙ୍ଗୀରର ୨୩ ଜଣ, ଛତ୍ରପୁରର ୨୨ ଜଣ, କଳାହାଣ୍ଡି ଓ କନ୍ଧମାଳର ୧୬ ଲେଖାଏଁ, ମୟୂରଭଞ୍ଜ, ନବରଙ୍ଗପୁର ଓ ରାୟଗଡ଼ାରେ ୧୩ ଜଣ ଲେଖାଏଁ ଦାଦନ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ । କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ  ଅନ୍ୟ ଏକ ପ୍ରଶ୍ନର ଉତ୍ତର ରଖି ଶ୍ରମ ମନ୍ତ୍ରୀ କହିଛନ୍ତି, ୩ ବର୍ଷରେ ୨୬୨ ଜଣ ଦାଦନ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୨୦୨୪ରେ ୭୦ ହାଜର ୧୪୨ ଜଣ ପ୍ରବାସୀ ଶ୍ରମିକ ବାହାରକୁ କାମ କରିବାକୁ ଯାଇଛନ୍ତି ।