ରାଜଧାନୀରେ ଯୁବକଙ୍କୁ ଗୋଡାଇ ହାଣିଲା ଦୁର୍ବୃତ୍ତ

ଦିନ ଦ୍ଵିପ୍ରହରରେ ମଧ୍ୟ ସୁରକ୍ଷିତ ନୁହେଁ ଭୁବନେଶ୍ବର !

ପୁଣି ଅଶାନ୍ତ ହୋଇ ଉଠିଛି ରାଜଧାନୀ ଭୁବନେଶ୍ବର। ଦିବାଲୋକରେ ରାଜଧାନୀ ଛାତି ଉପରେ ବୁଲିଛି ଖଣ୍ଡା । ତେବେ ଏଭଳି ଜଘନ୍ୟ ବିଭଶ୍ଚ ଅମାନୁଷିକତାର ପୁରା ଚିତ୍ର ଦେଖିବାକୁ ମିଳିଛି ଭୁବନେଶ୍ବରର ଖୋଦ ମାଷ୍ଟରକ୍ୟାଣ୍ଟିନ ଛକ ଉପରେ । ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଦୁର୍ବୃତ୍ତ। ଦୁର୍ବୃତ୍ତ ଜଣଙ୍କ ଉକ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିବା ବେଳେ ରକ୍ତ ଜୁଡୁବୁଡୁ ହୋଇ ଧାଇଁବାରେ ଲାଗିଥିଲେ ଯୁବକ ଜଣଙ୍କ ।

କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଆହତ ଯୁବକଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ତେବେ କାହିଁକି ଦୁର୍ବୃତ୍ତ ଜଣଙ୍କ ଯୁବକ ଜଣଙ୍କୁ ଦିନ ଦ୍ଵିପ୍ରହରରେ ଆକ୍ରମଣ କଲା? ମାଷ୍ଟରକ୍ୟାଣ୍ଣ୍ଟିନ ପରି ଜନ ବହୁଳ ସ୍ଥାନ ସାଧାରଣ ଲୋକଙ୍କ ପାଇଁ କେତେ ସୁରକ୍ଷିତ । ଯାହା ଏବେ କମିସନରେଟ ପୋଲିସର ପାରିବା ପଣିଆ ଉପରେ ଅଙ୍ଗୁଳି ନିର୍ଦେଶ କରିଛି । ସେପଟେ କାହିଁକି ରାଜଧାନୀ ଏତେ ଅଶାନ୍ତ ହେଉଛି ତାକୁ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।