ରାଜ୍ୟ କ୍ୟାବିନେଟର ୭ବିଭାଗର ୧୪ ପ୍ରସ୍ତାବ ଉପରେ ମୋହର

ରାଜ୍ୟ କ୍ୟାବିନେଟର ୭ବିଭାଗର ୧୪ ପ୍ରସ୍ତାବ ଉପରେ ମୋହର

ରାଜ୍ୟ କ୍ୟାବିନେଟର ୭ବିଭାଗର ୧୪ ପ୍ରସ୍ତାବ ଉପରେ ମୋହର । ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ପ୍ରସ୍ତାବରେ ମୋହର ବାଜିଛି। ପଂଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ସେଥିରେ ରହିଛି ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ । ଏଥିପାଇଁ ରାଜ୍ୟ ସରକାର ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ଯୋଗାଇଦେବେ । ଅନ୍ୟପଟେ କଟକରେ ମହାନଦୀରେ ତିଆରି ହେବ ଉଚ୍ଚ ସେତୁ । ଜଳସେଚିତ ଅଂଚଳରେ ପୁରୁଣା କେନାଲର ହେବ ନବୀକରଣ । ଚାଉଳିଆଗଂଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ୍ ସ୍କୁଲ । ସାଲେପୁର-ବ୍ରାହ୍ମଣଖଣ୍ଡ ସାହୁଖେତରେ ତିଆରି ହେବ ବ୍ରିଜ୍ । ପଂଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବରେ ମୋହର ଖୁଣ୍ଟୁଣି ଗ୍ରୀଡ୍ ଅପଗ୍ରେଡେସନ୍ ହେବ । ଶିଳ୍ପାୟନ ପାଇଁ ୭ଟି ତାରର ବିକାଶ କରାଯିବ । ଲାଇଭ୍ ଷ୍ଟକ୍ ଇନସପେକ୍ଟରଙ୍କର ହେବ ୩ଟି ପଦୋନ୍ନତି । ଅମିନ ଓ ଏଆରଆଇ ପଦୋନ୍ନତିକୁ ଅନୁମତି ମିଳିଛି ।