ଦ୍ୱିତୀୟ ପର୍ଯ୍ୟାୟରେ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ସୋମବାର ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ । ଭୋଟ ଗ୍ରହଣ ପାଇଁ ୯ ହଜାର ୧୬୯ ମତଦାନ କେନ୍ଦ୍ର କରାଯାଇଛି । ୧୦୪୧ଟି ବୁଥ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ୨୫ଟି ବୁଥ ପିଡବ୍ଲୁଡି କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ଏଥର ୧୫୪୧ ଆଦର୍ଶ ବୁଥ କରାଯାଇଛି । ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା, ୩୫ ବିଧାନସଭା ଆସନରେ ଭୋଟ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଏଠାରେ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ। ସବୁଠାରୁ ଅଧିକ କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡରେ ୧୬, ବଲାଙ୍ଗୀର ଓ ବରଗଡ଼ରେ ୧୪ ଲେଖାଏଁ । ଝାରସୁଗୁଡା ଓ ବୌଦ୍ଧରେ ୫ ଲେଖାଏଁ, ସୁବର୍ଣ୍ଣପୁରରେ ୪, ନୟାଗଡ଼ରେ ୨ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥୀ ରହିଛନ୍ତି । ସେଥିମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି।
ଅନ୍ୟପଟେ ନିର୍ବାଚନ ପାଇଁ ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ କର୍ମଚାରୀ । ସୁନ୍ଦରଗଡ ଜିଲ୍ଲାରେ ୩୦୯ଟି ବୁଥରେ ହେବ ଭୋଟିଂ । ଦୂରଦୂରାନ୍ତ ବୁଥଗୁଡିକୁ କିଛି କର୍ମଚାରୀ ଯାଇସାରିଥିବା ବେଳେ ଆଉ କିଛି ବୁଥକୁ ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି କର୍ମଚାରୀ । କେତେକ ମାଓ ପ୍ରବଣ ଅଞ୍ଚଳ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ୮ କେନ୍ଦ୍ରୀୟ ଟିମ୍ ମାଓ ଅଂଚଳରେ ମୁତୟନ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି ।