ଗୁହାଳେ ପଶି ବାଛୁରୀକୁ ଟାଣି ମାରିଛି ବାଘ
ନୂଆପଡ଼ାରେ ପୁଣି ବାଘ ମାତିଛି । ଗୁହାଳେ ପଶି ବାଛୁରୀକୁ ଟାଣି ମାରିଛି ବାଘ । ତେବେ ପ୍ରତ୍ଯେକ ସମୟରେ ନୂଆପଡ଼ାରେ ବାଘ ଆତଙ୍କ ଦେଖିବାକୁ ମିଳିଥିବା ବେଳେ ଏବେ ପୁଣି ବାଘର ଆତଙ୍କ ଦେଖିବାକୁ ମିଳିଛି । ନୂଆପଡ଼ା ରେଞ୍ଜ ଅଧିନ ଆମାନାରା ପଂଚାୟତ ମୁଷରଙ୍ଗୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ଏଭଳି ଘଟଣା ଦେଖିବାକୁ ମିଳିଛି ।ତରିଆମହୁଆଭଟା ଗାଁରେ ପୁଣି ବାଘ ଏକ ବାଛୁରୀକୁ ମାରି ଖାଇଛି । ତେବେ ଏହି ଗାଁର ହୁମନ ନାଏକ ନିଜ ଗାଈ ଓ ବାଛୁରୀକୁ ଗୁହାଲରେ ବାନ୍ଧି ରଖିଥିଲେ । ହେଲେ ଆଜି ସକାଳୁ ବାଛୁରୀ ଗୁହାଳରେ ନଥିଲା । ପରିବାର ଲୋକେ ଖୋଜା ଖୋଜି କରିବାରୁ ଘର ବାଡ଼ି ପଟେ ବାଛୁରୀର ମୃତଦେହ ପଡିଥିଲା ।
ଘଟଣାସ୍ଥଳରେ ବାଘର ପଦଚିହ୍ନ ଠାବ କରିବା ସହ ବାଛୁରୀକୁ କଲରାପତରିଆ ବାଘ ଶିକାର କରିଥିବା ଲୋକେ ଅନୁମାନ କରିଛନ୍ତି । ଗାଁରେ ୫ ମାସ ହେବ ବାଘ ଆତଙ୍କ ଜାରି ରହିଛି । ଗତ ଏକ ସପ୍ତାହ ହେବ ଗାଁରେ ପୁଣି ବାଘ ଉପସ୍ଥିତି ଲୋକେ ବାଛୁରୀ ଶିକାର ପରେ ଅନୁମାନ କରୁଛନ୍ତି । ଏବେ ଗାଁ ଲୋକେ ବାଘ ଭୟରେ ରହୁଥିବା ବେଳେ ବନବିଭାଗ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ବାଘ ଭୟରେ ଲୋକେ ଆତଙ୍କିତ ଥିବା ବେଳେ ସନ୍ଧ୍ଯା ହେଲେ ପଡିଯାଉଛି ତାଟି କବାଟ । ପୂର୍ବରୁ ବାଘକୁ ଟ୍ରେସିଙ୍ଗ କରିବାକୁ ବନ ବିଭାଗ ପକ୍ଷରୁ କ୍ୟାମେରା ଲାଗାଯାଇଥିଲ ମଧ୍ୟ ବାଘ କିନ୍ତୁ ତାର ଶିକାର ଜାରି ରଖିଛି ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପୁରା ଠପ ହୋଇଯାଇଥିବା ଅଭିଯୋଗ ହୋଇଛି ।