ନ୍ୟାୟ ଦାବିରେ ବିଜେଡି କରିବ କ୍ୟାଣ୍ଡଲ ରାଲି

ମୃତ ସହଦେବଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ଦାବି

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ ଘଟଣା। ହତ୍ୟାକାଣ୍ଡ ନେଇ ବର୍ଷିଲା ବିଜେଡି। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ପୋଲିସ ମିତ୍ର ଏଠି ସୁରକ୍ଷିତ ନୁହନ୍ତି। ସାଧାରଣ ଲୋକଙ୍କୁ କିଏ ସୁରକ୍ଷା ଦେବ ବୋଲି ପ୍ରଶ୍ନ କରିଛି ବିଜୁ ଜନତା ଦଳ। ମୃତ ବ୍ୟକ୍ତିଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ସ୍ତ୍ରୀଙ୍କୁ ଚାକିରି ଦେବା ପାଇଁ ଦାବି କରିଛି ବିଜେଡି । ଭିତରେ କ୍ଷତିପୂରଣ ନଦିଆଗଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ବିଧାୟକ ଅନନ୍ତ ଜେନା କହିଛନ୍ତି, ରାଜଧାନୀରେ ଭୟଙ୍କର ସ୍ଥିତି । ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜାଣିଲେ ଚକିତ ହେବେ, ଦୀର୍ଘ ଦିନ ଧରି ସହଦେବ ପୋଲିସର ଇନଫର୍ମର ଥିଲେ । କେଦାର ପଲ୍ଲୀ ଅଞ୍ଚଳରେ ନିଶା ବନ୍ଦ ପାଇଁ ଚେଷ୍ଟିତ ଥିଲେ । ତା ଫଳ ସ୍ୱରୂପ ଦିବା ଲୋକରେ ମାରିଦେଲେ । ବେକ କାଟିଦେଲେ । ମୁଖ୍ୟ ଆସାମୀ କିଛି ଦିନ ତଳେ ଜେଲରୁ ବାହାରିଛି । ପୋଲିସର ଇନଫର୍ମର ହେଲେ କଣ ଜୀବନ ବଳିଦାନ ଦେବେ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଆସୁଛନ୍ତି ଚାରିଆଡେ ପୋଲିସ ଛାଉଣୀ । ତଥାବି ଏପରି ଘଟଣା ଘଟିଗଲା । ଓଡ଼ିଶାର ରାଜଧାନୀ ବିହାର ଠାରୁ ବଳିଗଲାଣି । ସନ୍ଧ୍ୟା ବେଳେ କ୍ୟାଣ୍ଡଲ ରାଲି କରିବୁ । ପୋଲିସ ବିଭାଗ ୧ କୋଟି କ୍ଷତି ପୂରଣ ନଦେଲେ ୭ ଦିନ ଭିତରେ ରାଜ ରାସ୍ତାକୁ ଓହ୍ଲାଇବୁ । ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ଅନନ୍ତ ଜେନା ।

Leave a Reply

Your email address will not be published. Required fields are marked *