ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ ବୈଠକ ବସିବ । ଏଥିରେ ବିଭିନ୍ନ ବିଭାଗର ୮ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ମୋହର ବାଜିବ ବୋଲି ଜଣାପଡ଼ିଛି । ନୂଆପଡ଼ା ଉପନିର୍ବାଚନ ପାଇଁ ଲାଗୁଥିବା ଆଚରଣବିଧି ହଟିବା ପରେ ଏହା ପ୍ରଥମ କ୍ୟାବିନେଟ ବୈଠକ ହେବ । ବୈଠକରେ କିଛି ବଡ଼ ଘୋଷଣା ହୋଇପାରେ ।
