ଅପରାହ୍ଣ ୫ଟାରେ ଲୋକସେବା ଭବନରେ ବସିବ କ୍ୟାବିନେଟ୍ ବୈଠକ

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ଅପରାହ୍ଣରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅପରାହ୍ଣ ୫ଟାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବୈଠକ ବସିବ । ବୈଠକରେ ବିଭିନ୍ନ ବିଭାଗର ୫ରୁ ଅଧିକ ପ୍ରସ୍ତାବ ଆସିପାରେ ବୋଲି ସୂଚନା ମିଳିଛି । ମୁଖ୍ୟତଃ ରାଜସ୍ୱ, ପୂର୍ତ୍ତ, ଜଳସଂପଦ ବିଭାଗର ପ୍ରସ୍ତାବ ଅଛି ବୋଲି ସୂଚନା ମିଳିଛି ।ସେହିପରି ଅଗଷ୍ଟ ୧୩ରେ ବସିଥିବା କ୍ୟାବିନେଟ ବୈଠକରେ ୬ ବିଭାଗର ୭ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଥିଲା । ସମବାୟ ବିଭାଗର ହେବ ମଡେଲ ମଣ୍ଡି । ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ପାଇଁ ଖର୍ଚ୍ଚ ହେବ ୩ଶହ କୋଟି ଟଙ୍କା । ମଣ୍ଡିରେ ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ । ଦ୍ବିତୀୟ ପର୍ଯ୍ୟାୟରେ ୬୮ଟି ମଣ୍ଡି ହେବ । ସେହିପରି ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ । ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।