ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗରେ ବୈଠକରେ ହେବ ଚର୍ଚ୍ଚା

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ, ଏସପି, ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ରହିବେ । ବୈଠକରେ ମହାପ୍ରଭୁଙ୍କର ରତ୍ନ ଅଳଙ୍କାରର ଗଣତି ମଣତି କେବେ ହେବ ସେନେଇ ବିସ୍ତୃତ ଭାବେ ଆଲୋଚନା ହେବ। ସେହିପରି ଶ୍ରୀମନ୍ଦିର ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ଆଲୋଚନା କରାଯିବ ।ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କାଠ ରାମ୍ପ ନିର୍ମାଣ ହୋଇଥିବା ବେଳେ ଏଥିରେ କଣ ପରିବର୍ତ୍ତନ କରାଯିବ ସେନେଇ ଆଲୋଚନା ହେବ । ଶ୍ରୀମନ୍ଦିର ସୁରକ୍ଷା ନେଇ ମଧ୍ୟ ଆଲୋଚନା ହେବ। ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ କମିଟିର ବିବରଣୀ, ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଉପରେ ବିସ୍ତୃତ ଭାବେ ଆଲୋଚନା ହେବ । ମହାପ୍ରଭୁଙ୍କ ଜମିଜମା ସମସ୍ୟା ଉପରେ ମଧ୍ୟ ହେବ ଆଲୋଚନା ।