ନବୀନଙ୍କୁ ଭେଟିଲେ ଦଳର ବରିଷ୍ଠ ନେତା

ନବୀନ ନିବାସରେ ବରିଷ୍ଠ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନବୀନ ପଟ୍ଟନାୟକ ନବମ ଥର ସଭାପତି ହେବା ପରେ ଭେଟିଛନ୍ତି ଦଳର ବରିଷ୍ଠ ନେତା ।  ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ପ୍ରମୁଖ ଭେଟିଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସୂଚନା ମିଳିଛି ।  ଦଳକୁ କିପରି ସୁଦୃଢ କରିବେ ସେନେଇ ମଧ୍ୟ ହୋଇପାରେ ଆଲୋଚନା । ବରିଷ୍ଠ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ନବୀନ । ସୂଚନାଯୋଗ୍ୟ, ୨୦୦୦ରୁ ୨୦୨୪ ରାଜ୍ୟ ବିକାଶର ସୁବର୍ଣ୍ଣ ଯୁଗ ଥିଲା । ବିଜେଡି ସବୁବେଳେ ରାଜ୍ୟବାସୀଙ୍କ ସେବା କରି ଚାଲିଛି , ଆଗାମୀ ସମୟରେ ମଧ୍ୟ ରାଜ୍ୟବାସୀଙ୍କ ସେବା କରିବ ବୋଲି କହିଛନ୍ତି ନବୀନ । ଆଞ୍ଚଳିକ ବିକାଶ ଉପରେ ବିଜେଡିର ଫୋକସ୍ । ଓଡ଼ିଶାର ହକ୍ ପାଇଁ ଆମର ଲଢ଼େଇ ଜାରି ରହିବ । ଓଡ଼ିଶାର ସ୍ଵାଭିମାନ ଆମ ପାଇଁ ସବୁଠୁ ଊର୍ଦ୍ଧ୍ଵରେ ବୋଲି କହିଥିଲେ ନବୀନ ।