ସ୍ନାନପୁର୍ଣିମାରେ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ଶ୍ରୀମନ୍ଦିର ଉପରେ ଉଡିଲା ବେଆଇନ ଡ୍ରୋନ

ଶ୍ରୀମନ୍ଦିର ଉପରେ ଉଡିଲା ବେଆଇନ ଡ୍ରୋନ।  ସ୍ନାନ ପୁର୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଲାଗିଥିଲା ଲକ୍ଷାଧିକ ଭକ୍ତଙ୍କ ଭିଡ଼ ।  ସ୍ନାନ ମଣ୍ଡପ ନିକଟରେ ବେଆଇନ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି ।ଡ୍ରୋନ ଟି କିଏ ଏବଂ କେଉଁଠାରୁ ଡ୍ରୋନ ଉଡାଉଛି ତାହା ସ୍ପଷ୍ଟ ହୋଇନାହିଁ ।  କଡା ସୁରକ୍ଷା ବଳୟକୁ ଭେଦ କରି ବେଆଇନ ଡ୍ରୋନ କିଭଳି ଉଠିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ତଦନ୍ତ ଜାରି ରହିଛି।