IED ବ୍ଲାଷ୍ଟ, ଯବାନ ଗୁରୁତର
ସର୍ଚ୍ଚ ଅପରେସନ ବେଳେ IED ବ୍ଲାଷ୍ଟ । କୋବ୍ରା ବାଟାଲିୟନର ଜଣେ ଯବାନ ଗୁରୁତର । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ସରଣ୍ଡା ଜଙ୍ଗଲରେ IED ବ୍ଲାଷ୍ଟ ହୋଇଛି । ସୁରକ୍ଷାକର୍ମୀଙ୍କୁ ଟାଗେର୍ଟ କରି ଆଇଇଡି ଖଞ୍ଜାଯାଇଥିଲା । ଫଳରେ କୋବ୍ରା ବାଟାଲିୟନ ଯବାନ ଅନୁଜ କୁମାର ଗୁରୁତର ହୋଇଛନ୍ତି। ତାଙ୍କର ଏକ ଗୋଡ ଛିଣ୍ଡିଯାଇଛି। ସୁରକ୍ଷା ବାହିନୀ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚଳାଇଥିଲେ । ସେହି ସମୟରେ ଟିମ୍ ଆଗକୁ ବଢ଼ୁଥିବା ବେଳେ ପୂର୍ବରୁ ଲଗାଯାଇଥିବା IED ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ଗୁରୁତର ହୋଇଥିବା ଯବାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇ ରାଞ୍ଚି ପଠାଯାଇଛି ।ଉଲ୍ଲେଖଯୋଗ୍ୟ ଯେ, ଟପ୍ ମାଓନେତା ମିସିର ବେସରା ବର୍ତ୍ତମାନ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ସୂଚନା ରହିଛି । ତାକୁ ଧରିବାକୁ ଏହି ଅପରେସନ ଚାଲିଥିଲା । ଅପରେସନ ଚାଲିଥିବା ବେଳେ IED ବିସ୍ଫୋରଣ ହୋଇଥିଲା ।
