ଦୁବାଇରେ ଭାରତର ‘ବିରାଟ’ ବିଜୟ

ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଚାମ୍ପିଅନ୍ସ ଟ୍ରଫି: ଦୁବାଇରେ ଭାରତର ‘ବିରାଟ’ ବିଜୟ। ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ। ବିରାଟ କୋହଲିଙ୍କ ଦମ୍‌ଦାର ଶତକ।୨୦୧୭ ବଦଲା ୨୦୨୫ରେ ନେଲା ଟିମ୍‌ ଇଣ୍ତିଆ । ୬ ୱିକେଟ୍‌ରେ ଜିତିଲା ଭାରତ । ଭାରତର ବଡ଼ ବିଜୟ ସହ ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ ! ଏପଟେ ଟିମ୍‌ ଇଣ୍ତିଆ ବିଜୟ ସହ ସେମିଫାଇନାଲ୍‌କୁ ଯିବା ପାଇଁ ପକ୍କା କରିଛି । ରନ୍‌ ମେସିନ୍‌ଙ୍କ ବଡ଼ ଇନିଂସ୍‌ ଯୋଗୁଁ ଟିମ୍‌ ଇଣ୍ତିଆ ବଡ଼ ବିଜୟ ହାସଲ କରିଛି । ବିରାଟ କୋହଲି ୧୧୧ ବଲ୍‌ରେ ୧୦୦ ରନ୍‌ କରିଛନ୍ତି । ଏହି ବିଜୟ ସହ ଭାରତ ଚମ୍ପିଆନ୍ସ ଟ୍ରଫି ସେମିଫାଇନାଲରେ ନିଜ ସ୍ଥାନ ଏକ ପ୍ରକାର ପକ୍କା କରିନେଇଛି ।  ମ୍ୟାଚ ଆରମ୍ଭରୁ ଫେଲ୍‌ ମାରିଥିଲେ ପାକିସ୍ତାନର ବ୍ୟାଟ୍‌ର । ଟିମ୍‌ ଇଣ୍ତିଆ ବୋଲ୍‌ରଙ୍କ ଆଗରେ ଧୂଳି ଚାଟିଥିଲେ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର । ଟିମ୍‌ ଇଣ୍ତିଆକୁ ୨୪୨ ରନ୍‌ର ଟାଗେର୍ଟ ଦେଇଥିଲେ ପାକିସ୍ତାନ। କିନ୍ତୁ 42 ଓଭର୍ ରେ ତେବେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ଓପନର୍‌ ଯୋଡ଼ି ଆରମ୍ଭରୁ ଫେଲ୍‌ ହୋଇଥିଲେ । ପ୍ରଥମେ ହାର୍ଦ୍ଦିକଙ୍କ ଶିକାର ହୋଇଥିଲେ ବାବର ଆଜମ । ୨୬ ବଲ୍‌ ଖେଳି ୨୩ ରନ୍‌ କରିଥିଲେ ବାବର ଆଜମ । ସେହିପରି ଇମାମ-ଉଲ-ହକଙ୍କୁ ରନ୍‌ ଆଉଟ୍‌ କରି ପାଭିଲି୍ୟନ ପଠାଇ ଦେଇଥିଲେ ଅକ୍ସର ପଟେଲ୍‌ । ତେବେ ସାଉଦ ଶକିଲ ସର୍ବାଧିକ ୭୬ ବଲ୍‌ ଖେଳି ୬୨ ରନ୍‌ କରିଥିବା ବେଳେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ୭୭ ବଲ୍‌ ଖେଳି ୪୬ ରନ୍‌ କରିଛନ୍ତି । କୁଲଦୀପ ଯାଦବ ୩ଟି ୱିକେଟ୍‌ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍‌ ନେଇଛନ୍ତି । ସେହିପରି ଅକ୍ସର ପଟେଲ୍‌ , ରବିନ୍ଦ୍ର ଜାଡ଼େଜା ଓ ହର୍ଷିତ ରାଣା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି ।