ଇସ୍ତଫା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ବିଷ୍ଣୁପଦ ସେଠୀ

ଇସ୍ତଫା ଦେଲେ ଆଇଏଏସ ବିଷ୍ଣୁପଦ ସେଠୀ

ଇସ୍ତଫା ଦେଲେ ଆଇଏଏସ ବିଷ୍ଣୁପଦ ସେଠୀ । ମୁଖ୍ୟ ଶାସନ ସଚିବଙ୍କୁ ଚିଠିଲେଖି ଦେଲେ ସୂଚନା । ଇସ୍ତଫା ନେଇ ଜିଏ ପକ୍ଷରୁ ସ୍ପଷ୍ଟ କରାଯାଇନି । ଏତଲା ନ ଥାଇ କାହିଁକି ରେଡ୍ ହେଉଛି ଏବଂ ମାନ ସମ୍ମାନ ହାନି ହୋଇଥିବା ଚିଠିରେ ଲେଖାଯାଇଛି । ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଚାଲିଛି ତଦନ୍ତ । ଆଜି ସକାଳୁ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ସିବିଆଇର ୮ ଜଣିଆ ଟିମ୍ କରୁଛନ୍ତି ପଚରାଉଚରା । ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀକୁ ଅନୁକମ୍ପା ଦେଖାଇଥିଲେ ବିଷ୍ଣୁପଦ । ସକାଳ ୭ଟାରୁ ଚାଲିଛି ମାରାଥନ୍ ରେଡ୍ । ବିଷ୍ଣୁପଦ ସେଠୀଙ୍କ ଜଳେଶ୍ୱର ବାସଭବନରେ ବି ରେଡ୍ କରାଯାଉଛି ।

୪ ଜଣିଆ ସିବିଆଇ ଟିମର ଚଢାଉ । ଘରକୁ ବନ୍ଦକରି ଛାନଭିନ କରୁଛନ୍ତି ତଦନ୍ତକାରୀ ଟିମ୍ । ଭୁବନେଶ୍ୱର ସ୍ଥିତ ବାସଭବନରେ ରେଡ ବେଳେ ସିବିଆଇ ଅଫିସର ଏବଂ ବିଷ୍ଣୁପଦ ସେଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ଆଗରେ ନିଜର ସଫେଇ ରଖିବାକୁ ଚେଷ୍ଟା କରିଥିଲେ ବିଷ୍ଣୁପଦ ଓ ତାଙ୍କ ପତ୍ନୀ । ହେଲେ ଏହା ଅନୁଚିତ କହିବା ସହ ଜଣେ ବରିଷ୍ଠ ଆଇଏଏସ୍ ଭାବେ ନୀତିନିୟମ ଜାଣିନାହାଁନ୍ତି କି ବୋଲି ପଚାରିଥିଲେ ସିବିଆଇ ଅଧିକାରୀ।