ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ନିତିନ ଗଡ଼କରୀଙ୍କ ବଡ଼ ଘୋଷଣା

ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ ହାଇଡ୍ରୋଜେନ୍ ଗାଡ଼ି: ନିତିନ ଗଡ଼କରୀ

ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ ହାଇଡ୍ରୋଜେନ୍ ଗାଡ଼ି । ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ନିତିନ ଗଡ଼କରୀଙ୍କ ଘୋଷଣା । ପାଇଲଟ ପ୍ରୋଜେକ୍ଟରେ ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ । ହାଇଡ୍ରୋଜେନ ଆମେ ପ୍ରସ୍ତୁତ କରୁଛୁ, ଏହା ହେଉଛି ଭବିଷ୍ୟତ ବୋଲି କହିଛନ୍ତି ଗଡ଼କରୀ । ଦେଶର ଚାଷୀ କେବଳ ଅନ୍ନଦାତା ନୁହନ୍ତି, ଇନ୍ଧନଦାତା ମଧ୍ୟ’ । ‘ଏବେ ଚାଷୀ ଇଥାନଲ୍ ପ୍ରସ୍ତୁତ କରୁଛି, ନଡ଼ା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ ହେଉଛି’ । ଏହାକୁ ଓଡ଼ିଶା ସରକାର ପ୍ରୋତ୍ସାହନ କରିବା ଉଚିତ୍ ବୋଲି କହିଛନ୍ତି ଗଡ଼କରୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶରେ ସଡ଼କ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି’ । ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡ଼ିରହିଛି ହୋଇଛି ବୋଲି କହିଛନ୍ତି ଗଡ଼କରୀ । ର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା’ । ‘ଅର୍ଥ ଖର୍ଚ୍ଚ କରିବାକୁ ହେଲେ ସକରାତ୍ମକ ଚିନ୍ତା ଓ ଟ୍ରାନ୍ସପରେନ୍ସି ଆବଶ୍ୟକ’ ।ଏଥିସହ ଶୀଘ୍ର ନିଷ୍ପତ୍ତି ନେବା ଦରକାର, ଯାହା ବି ନିଷ୍ପତ୍ତି ନିଅନ୍ତୁ ଶୀଘ୍ର ନିଅନ୍ତୁ’ । ସଚ୍ଚୋଟ ବି ହେବା ଦରକାର, ଶୀଘ୍ର ନିଷ୍ପତ୍ତି ମଧ୍ୟ ନେବା ଆବଶ୍ୟକ’ । ଦେଶକୁ ଆଗକୁ ନେବାକୁ ହେଲେ ଏସବୁ ଆବଶ୍ୟକ ବୋଲି କହିଛନ୍ତି ଗଡ଼କରୀ ।ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।ନଭେମ୍ବର ୧୦ ଯାଏ ସଡ଼କ ଏବଂ ପରିବହନ ଉପରେ ଆଲୋଚନା ହେବ। ଏହି ଅଧିବେଶନରେ ୩ ହଜାରରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ମୋଟ ୧୯ଟି ଟେକ୍ନିକାଲ ସେସନ ରହିବ। ଏହାପୂର୍ବରୁ ଜନତା ମୈଦାନରେ ଆୟୋଜିତ ହୋଇଥିବା ଟେକ୍ନିକାଲ ସେସନକୁ ଉଦଘାଟନ କରିଥିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Leave a Reply

Your email address will not be published. Required fields are marked *