ଏଏସାଇର ବିଳମ୍ବକୁ ନେଇ କ୍ଷୁବ୍ଧ ହେଲେ ହାଇକୋର୍ଟ !
ଶ୍ରୀମନ୍ଦିର ଭିତର ମରାମତି ଶୀଘ୍ର ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଦୁର୍ବଳ ସ୍ଥିତିରେ ଥିବା ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ବିଳମ୍ବକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଆଜିଠାରୁ କାମ ଆରମ୍ଭ କରିବାକୁ ଏଏସଆଇକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ଶୀଘ୍ର ଶେଷ କରିବାକୁଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ପାଇବା ପରେ ଶ୍ରୀମନ୍ଦିର ଭିତରେ ମରାମତି କାର୍ଯ୍ୟ କରିବାକୁ ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ତେବେ ବର୍ତମାନ ମହାକାର୍ତ୍ତିକ ମାସ ଚାଲିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ଼ ଯୋଗୁ ଶ୍ରୀମନ୍ଦିର ଭିତରେ ନିର୍ମାଣ କାର୍ଯ୍ୟ କିପରି କରାଯିବ ସେନେଇ ଆଜି ଅପରାହ୍ନରେ ଏକ ଗୁରୁତ୍ବପୂର୍ଣ ବୈଠକ ଡକାଯାଇଛି । ଦୁର୍ବଳ ବିମର ମରାମତି ପାଇଁ ଆଜିଠୁ କାମ ଆରମ୍ଭ ହେଲେ ଦୈନିକ ୬ଘଣ୍ଟା ଲେଖାଏଁ ୧୨୦ଦିନ ଲାଗିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ। ଆଜିଠୁ କାମ ଆରମ୍ଭ କଲେ ଆମିକସକ୍ୟୁରୀ ତା’ର ତଦାରଖ କରି ପ୍ରତି ୧୫ ଦିନରେ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।