ଟିଟିଲାଗଡ଼ରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ

ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ, କଟକ ବାସଭବନରୁ ଗଲେ ଟିଟିଲାଗଡ଼

ଅଫେରା ରାଇଜରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ସେଠାରୁ ତାଙ୍କ କଟକସ୍ଥିତ ବାସଭବନ ଅଣାଯାଇଥିଲା । ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ହ୍ୟୁମାନଙ୍କ ପାର୍ଥିବ ଶରୀର ଟିଟିଲାଗଡ଼ସ୍ଥିତ ବାସଭବନକୁ ନିଆଯାଉଛି, ସେଠାରେ ଶେଷ କୃତ୍ୟ ସମ୍ପନ୍ନ ହେବ । ଗତ କିଛିଦିନ ଧରି ଅସୁସ୍ଥ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହ୍ୟୁମାନ ସାଗର । ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଗତ ଶୁକ୍ରବାର ଅପରାହଣରେ ତାଙ୍କୁ ଏମସ ଭୁବନେଶ୍ବରର ଜରୁରୀକାଳୀନ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା ।ତାଙ୍କର ଏକାଧିକ ଅଙ୍ଗ ଚଳପ୍ରଚଳ କରୁନଥିଲା । ମସ୍ତିଷ୍କ, ଫୁସ୍ ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପ ନିୟନ୍ତ୍ରଣରେ ରହୁନଥିଲା । ଓଡିଆ ଚଳଚ୍ଚିତ୍ର ଓ ଆଲବମରେ ବହୁ ରୋମାଣ୍ଟିକ ଗୀତ ଭେଟିଦେଇଛନ୍ତି ହ୍ୟୁମାନ ସାଗର । ୧୯୯୦ ମସିହାରେ ବଲାଙ୍ଗୀର ର ଟିଟଲାଗଡ଼ରେ ଜନ୍ମ ହୋଇଥିଲେ ହ୍ୟୁମାନ । ପିଲାଟି ବେଳୁ ସଙ୍ଗୀତ ପ୍ରତି ତାଙ୍କ ରୁଚି ଥିବା, ପାଠପଢା ସହ ସଙ୍ଗୀତ ଯାତ୍ରାକୁ ସମାନ୍ତରାଳ ଭାବେ ଜାରି ରଖିଥିଲେ । ଏପରକି ଡାକ୍ତରୀ ପାଠ ଛାଡି ସେ ସଙ୍ଗୀତକୁ କ୍ୟାରିଅର ରୂପେ ବାଛିଥିଲେ ।ତାଙ୍କ ସୁରର ଯାଦୁରେ ଶ୍ରୋତାଙ୍କୁ ବାନ୍ଧି ରଖିବା ସହ ଓଡ଼ିଆ ସଂଗୀତ ଜଗତରେ ବେଶ ପରିଚିତ ପାଇଥିଲେ । ରିଅଲିଟି ସୋରେ ଚାମ୍ପିଅନ ହେବା ପରେ ୨୦୧୫ରେ ବଡ଼ପର୍ଦ୍ଦାରେ ଇସ୍କ ତୁ ହି ତୁ ମାଧ୍ୟମରେ ଡେବ୍ୟୁ କରିଥିଲେ । ଏପର୍ଯ୍ୟନ୍ତ ପ୍ରାୟ ଶହେରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । ଏହା ସହ ତୁମ ଓଠ ତଳେ, ନିଶ୍ବାସ, ବେଖୁଦୀ, ଚେହେରା ଆଦି ଓଡିଆ ଆଲବମରେ ମଧ୍ୟ କଣ୍ଠଦାନ କରି ସେ ବେଶ ପ୍ରଶଂସା ସାଉଣ୍ଟିଛନ୍ତି ।

Leave a Reply

Your email address will not be published. Required fields are marked *