ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ

ରଥରୁ ଓହ୍ଲାଇବା ବେଳେ ଖସିଗଲେ ବଳଭଦ୍ର

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ । ରଥରୁ ଓହ୍ଲାଇବା ବେଳେ ଖସିଗଲେ ବଳଭଦ୍ର । ପହଣ୍ଡି ବିଜେ ନୀତି ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଡ ଠାକୁର । ସେବାୟତଙ୍କ ଗୋଡ ଖସିବାରୁ ଖସିଗଲେ ବଡ ଠାକୁର । ଆହତ ହେଲେ ୫ ଜଣ ସେବାୟତ । ଆହତ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପହଣ୍ଡି ବେଳେ ଅଘଟଣକୁ ନେଇ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଆଇନ ମନ୍ତ୍ରୀଙ୍କୁ ପୁରୀ ଯାଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ । ଆହତ ସେବାୟତଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କଲେ ।