ସାର୍ବଜନୀନ ହେବ ରତ୍ନଭଣ୍ଡାରରେ ଅଳଙ୍କାର

ସାର୍ବଜନୀନ ହେବ ରତ୍ନଭଣ୍ଡାରରେ ଅଳଙ୍କାର

ସାର୍ବଜନୀନ ହେବ ରତ୍ନଭଣ୍ଡାରରେ ଅଳଙ୍କାର । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିଛି । ଶେଷ ହେବା ପରେ ଗଣତି ମଣତି ହେବ ।  ଗଣତି ମଣତି କାର୍ୟ୍ୟ ଶେଷ ହେବା ପରେ ତଥ୍ୟ ଦିଆଯିବ । ବିଧାନସଭାରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଏଠାରେ କହିରଖୁଛୁ କି ଶେଷ ଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା । ରତ୍ନଭଣ୍ଡାର ଖୋଲିବା ପରେ ରତ୍ନଭଣ୍ଡାରରେ କେତେ ଅଳଙ୍କାର ଥିଲା । ପୂର୍ବ ଗଣତି ଅନୁଯାୟୀ ସବୁ ଅଳଙ୍କାର ସୁରକ୍ଷିତ ଅଛି ତ? ଏହି ଭଳି ଅନେକ ପ୍ରଶ୍ନ ଉଠିଥିଲା।