ଗୃହରେ ଗ୍ୟାସ ତାତି, ଚାଲିପାରୁନି ବିଧାନସଭା

ଚାଲିପାରୁନି ବିଧାନସଭା, ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି

ଗୃହରେ ଗ୍ୟାସ ତାତି । ଚାଲିପାରୁନି ବିଧାନସଭା । ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। ଗ୍ୟାସ୍ ଅଭାବକୁ ନେଇ ହୋହଲ୍ଲା କରିଥିଲେ। ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ଗୃହ କାର୍ଯ୍ୟ ଚାଲିନପାରିବାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଗୃହ ପୁଣି ଆରମ୍ଭ ହେବା ମାତ୍ରେ ବିରୋଧୀ ପୁଣି ନାରାବାଜି କରିଥିଲେ ।ଫଳରେ ପୁଣି ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ବିଜେଡି କହିଛି ବିଜେପି ରାଜନୀତି କରିବାରେ ବ୍ୟସ୍ତ। ଏପଟେ ଗ୍ୟାସ ଦର ବଢ଼ିଲାଣି। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ। ରାଜ୍ୟରେ ଗ୍ୟାସ ମହଜୁଦ ଅଛି ବୋଲି କୁହନ୍ତୁ। ବର୍ତ୍ତମାନ ସମୟରେ ଗ୍ୟାସ କଳା ବଜାରୀ ବଢୁଛି। ଜବାବରେ ବିଜେପି କହିଛି, ରାଜ୍ୟରେ ପ୍ରଚୁର ଗ୍ୟାସ ଅଛି। ଏକଥା ଯୋଗାଣ ମନ୍ତ୍ରୀ ବାରମ୍ବାର ସ୍ପଷ୍ଟ କରିଛନ୍ତି।ପୂର୍ବରୁ ଗ୍ୟାସ୍ ବୁକିଂ ଅବଧି ୨୧ ଦିନ ଥିବାବେଳେ ଏବେ ଭାରତ ସରକାର ଏହାକୁ ୨୫ ଦିନ କରିଛନ୍ତି। ଏଭଳି ସମୟରେ ବିରୋଧୀ ଗୁଜବ ପ୍ରଚାର କରୁଛନ୍ତି। ଏହା ରାଜନୀତି କରିବା ସମୟ ନୁହେଁ। କୌଣସି କଳା ବଜାରୀକୁ ପ୍ରତିହତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଜନ ସାଧାରଣଙ୍କ ସୁବିଧା ପାଇଁ ସରକାର ସରକାର ସବୁ ବ୍ୟବସ୍ଥା କରିଛନ୍ତି ବୋଲି ବିଜେପି କହିଛି।

Leave a Reply

Your email address will not be published. Required fields are marked *