ସୁଭଦ୍ରା’ ଯୋଜନାର ଶୁଭାରମ୍ଭ: ୧୭ରେ ସବୁ ସ୍କୁଲ, କଲେଜ ଛୁଟି

୧୭ରେ ସବୁ ସ୍କୁଲ, କଲେଜ ଛୁଟି

‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ପାଇଁ ଛୁଟି ଘୋଷଣା କରାଯାଇଛି । ୧୭ ତାରିଖରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ହୋଇଛି । BMC ଅଧୀନ ସରକାରୀ କାର୍ଯ୍ୟାଳୟଗୁଡିକ ପ୍ରଥମାର୍ଦ୍ଧ ଛୁଟି ରହିବ । ସେହିପରି ଦିନ ୨ଟା ଯାଏଁ ଅଫିସ, ରାଜସ୍ବ ଓ ମାଜିଷ୍ଟେରିଆଲ୍ କୋର୍ଟ ଛୁଟି ରହିବ। ୧୭ରେ ଜନତା ମଇଦାନରେ ‘ସୁଭଦ୍ରା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

ଗ୍ରାଉଣ୍ଡରେ ‘ସୁଭଦ୍ରା’କୁ ନେଇ ସୁପର କ୍ରେଜ୍ । ଏଯାଏଁ ୫୦ ଲକ୍ଷ ମହିଳା ସୁଭଦ୍ରା ପାଇଁ କଲେଣି ଆବଦେନ । ୧୫ ଯାଏଁ ଅର୍ଥାତ କାଲି ସୁଦ୍ଧା ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ୧୭ରେ ମିଳିବ ପ୍ରଥମ କିସ୍ତି । ଏଣେ ଆଜି ବାହାରିବ ୧୦ ହଜାର ସୁଭଦ୍ରା ପଦଯାତ୍ରା ।ବହୁ ପ୍ରତୀକ୍ଷିତ ସୁଭଦ୍ରା ପାଇଁ ବଡ଼ ପ୍ରସ୍ତୁତି । ଉଭୟ ସରକାରୀ ଏବଂ ଦଳ ସ୍ତରରେ ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ଲାଗି ବ୍ୟାପକ କାର୍ଯ୍ୟକ୍ରମ । ଆଜିଠୁ ରାଜଧାନୀରୁ ଆରମ୍ଭ କରି ପ୍ରତି ପଞ୍ଚାୟତରେ ହେବ ସୁଭଦ୍ରା ସ୍ୱାଗତ ପଦଯାତ୍ରା । ଯେଉଁଥିରେ SHG ସଦସ୍ୟାମାନେ ସାମିଲ ହେବେ । ସେହିପରି ୧୭ରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ଲଞ୍ଚ୍ କରିବା ଦିନ ବି ପଞ୍ଚାୟତସ୍ତରରୁ ରାଜ୍ୟସ୍ତର ଯାଏଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

Leave a Reply

Your email address will not be published. Required fields are marked *