ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୩ଜଣଙ୍କର ମୃତ୍ୟୁ

ହୋଲିରେ ଅଘଟଣ, ପୋଖରୀରେ ବୁଡ଼ି ୩ ମୃତ

ହୋଲିରେ ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୩ଜଣଙ୍କର ମୃତ୍ୟୁ ହୋଇଛି । କଟକ ଜିଲ୍ଲା ସାଲେପୁର ଥାନା କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ କୁମାର ଦାସ। ଆଶିଷ ସାଙ୍ଗମାନଙ୍କ ସହ ହୋଲି ଖେଳିସାରି ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ଆଶିଷଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ସେହିପରି ପାରାଦୀପ ଲକ୍‌ ଥାନା କତକୁଲା ଗାଁରେ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡ଼ା ଗାଁରେ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣଙ୍କ ହେଉଛନ୍ତି ଆୟୁଷ୍ମାନ ପାତ୍ର। ସେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ। ଆୟୁଷ୍ମାନ ହୋଲି ଖେଳି ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ବୁଡ଼ି ଯାଇଥିଲେ।