ଭୁବନେଶ୍ୱର କୋର୍ଟ ସାମ୍ନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ରାଜଧାନୀରେ ହିଟ ଆଣ୍ଡ ରନ । ଭୁବନେଶ୍ୱର କୋର୍ଟ ସାମ୍ନା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମହିଳାଙ୍କ ମୁଣ୍ଡ ଉପରେ ମାଡିଗଲା ଇନୋଭା କାର । ଗୁରୁତର ଅବସ୍ଥାରେ ମେଡିକାଲରେ ମହିଳା ଭର୍ତ୍ତି । ଦୁର୍ଘଟଣା ଘଟାଇ ଇନୋଭା କାର ଫେରାର ହୋଇଯାଇଛି । ସ୍ୱାମୀ ଓ ଛୋଟ ପିଲା ସହ ବାଇକରେ ଯାଉଥିଲେ ମହିଳା । ଏହି ସମୟରେ ପଛ ପଟୁ ଦ୍ରୁତ ଗତିରେ ଏକ ଇନୋଭା କାର ବାଇକୁ ଧକ୍କା ଦେଇଥିଲା । ମହିଳା ଜଣଙ୍କ ତଳେ ପଡିଯିବା ପରେ ତାଙ୍କ ମୁଣ୍ଡ ଉପରେ ଇନୋଭା ଚଢାଇ ଫେରାର ହୋଇଯାଇଛି।
