ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ ଜଳଭଣ୍ତାର

ହୀରାକୁଦ ଡ୍ୟାମ ଫୁଲ୍

ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ ଜଳଭଣ୍ତାର । ପ୍ରବେଶ କରୁଛି ୫୬ ହଜାର ୩୯୨ କ୍ୟୁସେନ ଜଳ । ତେବେ ଜଳ ଭଣ୍ତାରରର କ୍ଷମତା ୬୩୦ ଫୁଟ୍ ଥିବା ବେଳେ ଜଳସ୍ତର ମଧ୍ୟ ୬୩୦ ଫୁଟ୍ ରହିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ତାରର ସମସ୍ତ ଗେଟ୍ ବନ୍ଦ ରହିଛି । ସେହିପରି ଜଳଭଣ୍ତାରକୁ ୫୬ ହଜାର ୩୯୨ କ୍ୟୁସେନ ଜଳ ପ୍ରବେଶ କରୁଥିବା ବେଳେ ୩୭ ହଜାର ୩୩୪ କ୍ୟୁସେନ୍ ବନ୍ୟା ଜଳ ନିଷ୍କାସିତ ହେଉଛି । ତେବେ ଡ୍ୟାମର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ପରିମାଣ ବର୍ତ୍ତମାନ କମ ରହିଛି । ତେଣୁ ସବୁ ଗେଟ୍‌ ବନ୍ଦ କରାଯାଇଛି, ଯଦି ଉପରମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧିପାଏ ତେବେ ପୁଣି ଗେଟ୍‌ ଖୋଲା ଯାଇପାରେ ବୋଲି ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ହେଲେ ବର୍ତ୍ତମାନ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ମଧ୍ୟ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *