ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ସଂକେତ

ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ସଂକେତ

ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ସଂକେତ । ରାଜ୍ୟ ସରକାର ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। କଲେଜ ନିର୍ବାଚନ ନେଇ ଆମେ ସକାରାତ୍ମକ ଅଛୁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ତିନି ମାସ ତଳେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ବିଭିନ୍ନ ସଭାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥି‌ଲେ। ତାହାକୁ ନଜରରେ ରଖି ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବାକୁ ସମ୍ଭାବ୍ୟ ତାରିଖ ଦର୍ଶାଯାଇଥିଲା। ଇତିମଧ୍ୟରେ ଦ୍ବିତୀୟ ସପ୍ତାହ ସରିଥିଲେ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ସେହିପରି ସେପ୍ଟେମ୍ବର ୧୭/୧୮ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ଏବଂ ୧୮/୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେପ୍ଟେମ୍ବର ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିର୍ବାଚନ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ପ୍ରକ୍ରିୟା ହିଁ ଆରମ୍ଭ ହୋଇପାରି ନାହିଁ।ଛାତ୍ର ସଂସଦ ନିର୍ବାଚନର ପ୍ରତିଶ୍ରୁତି ‌ଦେଇ କ୍ଷମତାକୁ ଆସିଥିବା ବିଜେପି ୨୦୨୪ରେ ସ୍ନାତକ (ୟୁଜି) ସ୍ତରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ଆଳରେ ନିର୍ବାଚନକୁ ଟାଳି ଦେଇଥିଲେ। ୨୦୨୫ରେ ନିର୍ବାଚନ ହେବ ବୋଲି କୁହାଯାଇଥିଲା। ଏମିତିକି ନିର୍ବାଚନ କରିବେ ବୋଲି ଚଳିତବର୍ଷ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଗୁଆ ନାମଲେଖା ପ୍ରକ୍ରିୟା ହୋଇଥିଲା। ମାତ୍ର ଏବେ ସମସ୍ତେ ନିରବତା ଅବଲମ୍ବନ କରି ନିର୍ବାଚନକୁ ଏଡ଼ାଇ ଯିବାକୁ ଉଦ୍ୟମ କରୁଛନ୍ତି।