ଏମ.ଭି ଦେବୀ ଜାହାଜକୁ ଆରେଷ୍ଟ କର: ହାଇକୋର୍ଟ
ପାରାଦୀପରେ ଥିବା ଏମ.ଭି ଦେବୀ ଜାହାଜକୁ ବାନ୍ଧିବାକୁ ହାଇକୋର୍ଟଙ୍କ ନିଦେ୍ର୍ଦଶ । ପାରାଦୀପ ପିଆଇସିଟି ବର୍ଥରେ ବର୍ଥିଂ ହୋଇଥିବା ଜାହାଜ ଏମଭି ଦେବୀ । ମାମଲା ନସରିବା ପର୍ଯ୍ୟନ୍ତ ଜାହାଜ ପାରାଦୀପରେ ଅଟକି ରହିବ । ଗତ ନଭେମ୍ବର ୩୦ ଓ ଡିସେମ୍ବର ୧ରେ ଜାହଜରୁ ୨୨ ପ୍ୟାକେଟ କୋକେନ ଜବତ ହୋଇଥିଲା । ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଦିନ ରହିବାକୁ ନେଇ ମାମଲା ହୋଇଥିଲା । ରହଣି ଦେୟ ଅସୁଲ ନେଇ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ପକ୍ଷରୁ ମାମଲା କରାଯାଇଥିଲା । ଏମ.ଭି ଦେବୀରୁ ୭କୋଟି ୯୫ ଲକ୍ଷ ୪୭ ହଜାର ଆଦାୟ କରିବାକୁ କୁହାଯାଇଛି । ବର୍ଥ ଭଡ଼ା, ଜରିମାନା, ସୁଧ, ଆଇନଗତ ଆୟ ଟଙ୍କା ଆବେଦନକାରୀ ସଂସ୍ଥା ପାଇବା କଥା ।