ସରକାରଙ୍କୁ କୋର୍ଟଙ୍କ ଶେଷ ମହଲତ

ରତ୍ନଭଣ୍ଡାର ମାମଲା: ସରକାରଙ୍କୁ ଶେଷ ସୁଯୋଗ

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଛାଟ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେଇଛନ୍ତି ହାଇକୋର୍ଟ । ଆଜି ଏ ସଂପର୍କିତ ମାମଲାର ଶୁଣାଣି ବେଳେ ଜବାବ ରଖି ପାରିଲା ନାହିଁ ଗୃହ ବିଭାଗ । କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ବଦଳରେ ଅଧିକ ସମୟ ମାଗିଛନ୍ତି । କୋର୍ଟ, ସରକାରଙ୍କ ଆବେଦନକୁ ଗ୍ରହଣ କରି ପରବର୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ମାମଲାରେ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ପ୍ରସଙ୍ଗରେ ପୁଣି ସମୟ ମାଗିଛନ୍ତି ରାଜ୍ୟ ସରକାର । କେବେ ସୁଦ୍ଧା ଷ୍ଟାର୍ଟସ୍ ଦାଖଲ କରିବେ, ସେନେଇ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦୀର୍ଘ ୮ ମାସ ଭିତରେ ଅନେକ ଥର ସମୟ ମାଗିିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନ୍ୟାୟାଳୟ । ତେବେ ବଡ ଦିନ ଛୁଟି ପରେ ମାମଲାର ଶୁଣାଣି ହେବ ବୋଲି ସୂଚନା ରହିଛି । ଏହାରି ଭିତରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।