ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ହାଇକୋର୍ଟଙ୍କ ଝଟକା

ନବୀନ ଓଡ଼ିଶାକୁ ହାଇକୋର୍ଟଙ୍କ ଝଟକା

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ହାଇକୋର୍ଟଙ୍କ ଝଟକା । ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାଥିରେ ନେଇ ପ୍ରକଳ୍ପ ଚୟନ ନିର୍ଦ୍ଦେଶ । ପ୍ରକଳ୍ପ କାର୍ୟ୍ୟକାରିତା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲେ କୋର୍ଟ । ଜନପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଥିବା ନେଇ ମାମଲା ହୋଇଥିଲା । ରାଜ୍ୟର ଏକାଧିକ ସ୍ଥାନରୁ ସମାନ ମାମଲା ଦାୟର ହୋଇଥିଲା । ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ୟ୍ୟ ସୂଚନା ଦେଇଛନ୍ତି