ଓସେପାର ମେରିଟ ଲିଷ୍ଟ ଖାରଜ
ହାଇକୋର୍ଟରେ କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା । ଓସେପାର ମେରିଟ ଲିଷ୍ଟ ଖାରଜ କଲେ ହାଇକୋର୍ଟ । ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ମଧ୍ୟ ଖାରଜ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମ ଅନୁଯାୟୀ ଜିଲ୍ଲାୱାରୀ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇ ମାମଲା ଦାଏର ହୋଇଥିଲା । ଏହି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।