କଟକରେ ହେବ ହାଇଭୋଲଟେଜ ଲଢେଇ

ଭର୍ତ୍ତୃହରି ବନାମ ସଂତୃପ୍ତ: କଟକରୁ କିଏ ଯିବ ଲୋକସଭା

୨୦୨୪ ମହାସମର ପାଇଁ ଯୋଦ୍ଧା ପ୍ରସ୍ତୁତ । ଓଡ଼ିଶାରେ ଲୋକସଭା ସହ ବିଧାନସଭା ପାଇଁ ମୁହାଁମୁହିଁ ହେବେ ବିଜେପି ଓ ବିଜେଡି । ଏଥର ହେବ ହାଇଭୋଲଟେଜ ଲଢେଇ । କଟକରେ ସଂତୃପ୍ତ ବନାମ ଭର୍ତ୍ତୃହରି ଲଢେଇ ଦେଖିବାକୁ ମିଳିବ । ଏଥର କଟକରୁ ବିଜେଡି ପ୍ରାର୍ଥୀ ହେଇଛନ୍ତି ସଂତୃପ୍ତ ମିଶ୍ର । ତେବେ ସଂତୃପ୍ତ ନିକଟରେ ବିଜେଡିରେ ସାମିଲ ହେଇଥିବାବେଳେ, ଦଳ ତାଙ୍କୁ ଦେଇଛି ଏହି ଗୁରୁ ଦାୟିତ୍ୱ । ଆଉ ଅନ୍ୟପଟେ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଭର୍ତ୍ତୃହରିଙ୍କୁ ବିଜେପି ଦେଇଛି ଟିକେଟ । କଟକ ଲୋକସଭା ଆସନରୁ ୬-୬ ଥର ସାଂସଦ ହେଇଛନ୍ତି ଭର୍ତ୍ତୃହରି ମହତାବ । ଅନ୍ୟପଟେ ତାଙ୍କ ଆଗରେ ସଂତୃପ୍ତ ମିଶ୍ର ରାଜନୀତିରେ ଜଣେ ନୂଆ ମୁହଁ । ତେଣୁ କଟକରେ ଏଥର ଅଭିଜ୍ଞ ବନାମ ନୂଆ ମୁହଁ ଭିତରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରେ ମୁହାଁମୁହିଁ ହେଇଥିଲେ ଭର୍ତ୍ତୃହରି ମହତାବ ଏବଂ ପ୍ରକାଶ ମିଶ୍ର । ତେବେ ସେତେବେଳେ କିନ୍ତୁ ମହତାବ ବିଜେଡି ଟିକେଟରୁ ନିର୍ବାଚନ ଲଢୁଥିବାବେଳେ, ପ୍ରକାଶ ମିଶ୍ର ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ ।