ଟିକେଟ୍ ଘୋଷଣା ପୂର୍ବରୁ ବିଜେଡିର ଶେଷ ସମୀକ୍ଷା ବୈଠକ

ନବୀନ ନିବାସରେ ୪ ଲୋକସଭା ଆସନକୁ ନେଇ ଆଲୋଚନା

ନବୀନ ନିବାସରେ ୪ସଂସଦୀୟ କ୍ଷେତ୍ର ପାଇଁ ବୈଠକ । ପ୍ରଥମେ କେନ୍ଦୁଝର, ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ବୈଠକ । ଅପରାହ୍ନରେ ବାଲେଶ୍ୱର, ଭଦ୍ରକ ପାଇଁ ଆଲୋଚନା ହେବ । ଟିକେଟ୍ ଘୋଷଣା ପୂର୍ବରୁ ବିଜେଡିର ଶେଷ ସମୀକ୍ଷା ବୈଠକ । ବିଧାୟକ, ପର୍ଯ୍ୟବେକ୍ଷକ ଉପସ୍ଥିତ ଚାଲିଛି ଆଲୋଚନା । ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି, କେନ୍ଦୁଝର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିଛନ୍ତି । ବିଧାୟିକା ମିନାକ୍ଷୀ ମହନ୍ତ, ବିଧାୟକ ଜଗନ୍ନାଥ ନାୟକ, ଘସିପୁର ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଉପସ୍ଥିତ ରହିଛନ୍ତି । ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନ ବିଜେପି ହାତେଇଥିଲା । କିନ୍ତୁ କେନ୍ଦୁଝର ବିଜେଡି ହାତରେ ରହିଛି । ତେବେ ମୟୂରଭଞ୍ଜ ଉପରେ ବିଜେଡିର ଫୋକସ ରହିଛି । ଆଦିବାସୀ ଭୋଟ୍ ଗୋଟିଏ ବଡ ଭୂମିକା ନେବ ।